ETV Bharat / city

ନୂଆ ବ୍ୟବସ୍ଥାକୁ ଆପଣାଉଛନ୍ତି ଚାଷୀ, ଗତବର୍ଷ ତୁଳନାରେ 28% ଅଧିକ ଧାନ ସଂଗ୍ରହ

ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମର ପ୍ରକାଶ ପାଇଛି ଧନ ସଂଗ୍ରହ ତାଲିକା । ଏଥିରେ ରାଜ୍ୟ ସରକାରଙ୍କ ଦ୍ବାରା ବର୍ତ୍ତମାନ ସୁଦ୍ଧା 58 ହଜାର 294 ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମୋଟ 39 ଲକ୍ଷ 65 ହଜାର 465 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି ।

author img

By

Published : Dec 7, 2019, 8:11 PM IST

Paddy procurement 2019, odisha state government, ଓଡିଶା ରାଜ୍ୟ ସରକାର, ଖରିଫ ଧାନ ସଂଗ୍ରହ-2019
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ବର: ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମର ପ୍ରକାଶ ପାଇଛି ଧନ ସଂଗ୍ରହ ତାଲିକା । ଏଥିରେ ରାଜ୍ୟ ସରକାରଙ୍କ ଦ୍ବାରା ବର୍ତ୍ତମାନ ସୁଦ୍ଧା 58 ହଜାର 294 ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମୋଟ 39 ଲକ୍ଷ 65 ହଜାର 465 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଏହି ତାରିଖ ତୁଳନାରେ ଏହା 28 ପ୍ରତିଶତ ଅଧିକ । ଗତବର୍ଷ ତୁଳନାରେ ଡିସେମ୍ବର 7 ତାରିଖ ସୁଦ୍ଧା ମୋଟ 30 ଲକ୍ଷ 89 ହଜାର 908 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।

Paddy procurement 2019, odisha state government, ଓଡିଶା ରାଜ୍ୟ ସରକାର, ଖରିଫ ଧାନ ସଂଗ୍ରହ-2019
ପ୍ରକାଶ ପାଇଲା ଚଳିତବର୍ଷର ଖରିଫ ଧାନ ସଂଗ୍ରହ ତଥ୍ୟ

ଧାନ ସଂଗ୍ରହକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନଲାଇନରେ ପଞ୍ଜୀକୃତ କରି ଚାଷୀମାନଙ୍କୁ ଆଗୁଆ ଟୋକନ ପ୍ରଦାନ ବ୍ୟବସ୍ଥାର ପି-ପାସ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର 18ଟି ଜିଲ୍ଲାରେ 1118ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ 2 ଲକ୍ଷ 43 ହଜାର 219 ଜଣ ଚାଷୀଙ୍କୁ ଧାନ ବିକିବା ପାଇଁ 2 ଲକ୍ଷ 49 ହଜାର 932ଟି ଆଗୁଆ ଟୋକନ ଦିଆଯାଇଛି ।

ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ବରଗଡର 26 ହଜାର 608 ଜଣ ଚାଷୀ 18 ଲକ୍ଷ 34 ହଜାର 214 କ୍ବିଣ୍ଟାଲ୍‌ ଧାନ ବିକ୍ରି କରିଥିବା ବେଳେ ବଲାଙ୍ଗୀରର 3959 ଜଣ ଚାଷୀ 2 ଲକ୍ଷ 83 ହଜାର 359 କ୍ବିଣ୍ଟାଲ, ବୌଦ୍ଧର 286 ଜଣ ଚାଷୀ 14 ହଜାର 782 କ୍ବିଣ୍ଟାଲ୍‌, କଳାହାଣ୍ଡିର 7275 ଜଣ ଚାଷୀ 4 ଲକ୍ଷ 96 ହଜାର 718 କ୍ବିଣ୍ଟାଲ, କୋରାପୁଟର 1839 ଜଣ ଚାଷୀ 1 ଲକ୍ଷ 26 ହଜାର 541 କ୍ବିଣ୍ଟାଲ, ମାଲକାନଗିରିର 4712 ଜଣ ଚାଷୀ 1 ଲକ୍ଷ 83 ହଜାର 233 କ୍ବିଣ୍ଟାଲ, ନବରଙ୍ଗପୁରର 1211 ଜଣ ଚାଷୀ 78 ହଜାର 402 କ୍ବିଣ୍ଟାଲ, ନୂଆପଡ଼ାର 2981 ଜଣ ଚାଷୀ 1 ଲକ୍ଷ 28 ହଜାର 986 କ୍ବିଣ୍ଟାଲ, ସମ୍ବଲପୁରର 4766 ଜଣ ଚାଷୀ 4 ଲକ୍ଷ 28 ହଜାର 948 କ୍ବିଣ୍ଟାଲ ଓ ସୁବର୍ଣ୍ଣପୁରର 4318 ଜଣ ଚାଷୀ 3 ଲକ୍ଷ 67 ହଜାର 755 କ୍ବିଣ୍ଟାଲ ଧାନ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି ।

ସେହପରି ଆଜି ସୁଦ୍ଧା 52,926 ଜଣ ଚାଷୀଙ୍କୁ ସେମାନଙ୍କର ଧାନ ବିକ୍ରି ଅର୍ଥ ବାବଦକୁ ମୋଟ 583 କୋଟି 7 ଲକ୍ଷ 50 ହଜାର 848 ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ସୁଦ୍ଧା ୫୮ ହଜାର ୨୯୪
ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମୋଟ ୩୯ ଲକ୍ଷ ୬୫ ହଜାର୪୬୫ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି । ଗତ ବର୍ଷ ଆଜି ତାରିଖ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ । ଗତବର୍ଷ ତୁଳନାରେ ଡିସେମ୍ବର ୭ ତାରିଖ ସୁଦ୍ଧା ମୋଟ ୩୦ ଲକ୍ଷ ୮୯ ହଜାର ୯୦୮ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଥିଲା । ଧାନ ସଂଗ୍ରହକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ
ଟୋକେନ୍‌ ପ୍ରଦାନ ବ୍ୟବସ୍ଥାର ପି-ପାସ୍‌ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି
ଜିଲ୍ଲାରେ ୧୧୧୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ୨ ଲକ୍ଷ ୪୩ ହଜାର ୨୧୯ ଜଣ ଚାଷୀଙ୍କୁ ଧାନ ବିକିବା ପାଇଁ ୨ ଲକ୍ଷ ୪୯ ହଜାର ୯୩୨ଟି ଆଗୁଆ ଟୋକେନ୍‌ ଦିଆଯାଇଛି । ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ର ୨୬ ହଜାର ୬୦୮ ଜଣ ଚାଷୀ ୧୮ ଲକ୍ଷ ୩୪ ହଜାର ୨୧୪ କ୍ୱିଣ୍ଟାଲ୍‌ ଧାନ ବିକି୍ର କରିଥିବାବେଳେ ବଲାଙ୍ଗୀରର ୩୯୫୯ ଜଣ ଚାଷୀ ୨ ଲକ୍ଷ ୮୩ ହଜାର ୩୫୯ କ୍ୱିଣ୍ଟାଲ୍‌, ବୌଦ୍ଧର ୨୮୬ ଜଣ ଚାଷୀ ୧୪ ହଜାର ୭୮୨ କ୍ୱିଣ୍ଟାଲ୍‌, କଳାହାଣ୍ଡିର ୭୨୭୫ ଜଣ ଚାଷୀ ୪ ଲକ୍ଷ ୯୬ ହଜାର ୭୧୮ କ୍ୱିଣ୍ଟାଲ୍‌, କୋରାପୁଟର ୧୮୩୯ ଜଣ ଚାଷୀ ୧ ଲକ୍ଷ ୨୬ ହଜାର ୫୪୧ କ୍ୱିଣ୍ଟାଲ୍‌, ମାଲକାନଗିରିର ୪୭୧୨ ଜଣ ଚାଷୀ ୧ ଲକ୍ଷ ୮୩ ହଜାର
୨୩୩ କ୍ୱିଣ୍ଟାଲ୍‌, ନବରଙ୍ଗପୁରର ୧୨୧୧ ଜଣ ଚାଷୀ ୭୮ ହଜାର ୪୦୨ କ୍ୱିଣ୍ଟାଲ୍‌, ନୂଆପଡ଼ାର ୨୯୮୧ ଜଣ ଚାଷୀ ୧ ଲକ୍ଷ ୨୮ ହଜାର ୯୮୬ କ୍ୱିଣ୍ଟାଲ୍‌, ସମ୍ବଲପୁରର ୪୭୬୬ ଜଣ ଚାଷୀ ୪ ଲକ୍ଷ ୨୮ ହଜାର ୯୪୮ କ୍ୱିଣ୍ଟାଲ୍‌ ଓ ସୁବର୍ଣ୍ଣପୁରର ୪୩୧୮ ଜଣ ଚାଷୀ ୩ ଲକ୍ଷ ୬୭ ହଜାର ୭୫୫ କ୍ୱିଣ୍ଟାଲ୍‌ ଧାନ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ବିକି୍ର କରିଛନ୍ତି । ସେହପରି ଆଜି ସୁଦ୍ଧା ୫୨,୯୨୬ ଜଣ ଚାଷୀଙ୍କୁ ସେମାନଙ୍କର ଧାନବିକି୍ର ଅର୍ଥ ବାବଦକୁ
ମୋଟ ୫୮୩ କୋଟି ୭ ଲକ୍ଷ ୫୦ ହଜାର ୮୪୮ ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଛି ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.