ETV Bharat / city

ବାରିପଦା PRM ମେଡିକାଲ କଲେଜରେ ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ

author img

By

Published : May 26, 2021, 8:17 AM IST

ମୟୂରଭଞ୍ଜ ବାରିପଦା ପିଆରିଏମ ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ବାରିପଦା PRM ମେଡିକାଲ କଲେଜରେ ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ
ବାରିପଦା PRM ମେଡିକାଲ କଲେଜରେ ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ । ମେଡିକାଲ୍ ଅକ୍ସିଜେନ ପାଇଁ ଗଠିତ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଏନେଇ ନିଷ୍ପତ୍ତି ନେଇଛି । 13 ହଜାର ଲିଟରର ଲିକ୍ବିଡ୍ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସବ ପିଏସଏ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଅକ୍ସିଜେନ ପ୍ଲାଣ୍ଟ ଦ୍ଵାରା ଆଇସୋଲେସନ ୱାର୍ଡ ସହ ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ୱାର୍ଡ ସହ ଆଇସିୟୁ ଏବଂ ଏଚଡିୟୁ ଶଯ୍ୟାରେ ଅକ୍ସିଜେନ ମିଳିବ । ଆଗାମୀ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି 1 ହଜାର LPM କ୍ଷମତା ବିଶିଷ୍ଟ ପିଏସଏ ଅକ୍ସିଜେନ ଜେନେରେସନ ପ୍ଲାଣ୍ଟ ସ୍ଥାପନ ଉପରେ ଟାସ୍କଫୋର୍ସ ଗୁରୁତ୍ବ ଦେଇଛି ।

ଲିକ୍ବିଡ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ପିଏସଏ ପ୍ଲାଣ୍ଟ ଉଭୟ ସର୍ବାଧିକ 12 ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ ହେବ । ଏଥିସହ ଦୀର୍ଘକାଳୀନ ଭାବେ ଅକ୍ସିଜେନ ଯୋଗାଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.