ETV Bharat / city

ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର

ଆଜି କେନ୍ଦ୍ରମନ୍ତ୍ରୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ କହିଛନ୍ତି ଯେ କେବଳ କ୍ଷମତାର ଦାୟିତ୍ବ ଏବଂ ପଦ ପଦବୀରେ ବସିବା ନୁହେଁ ବରଂ ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ...

union minister dharmendra pradhan
ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର
author img

By

Published : Jun 28, 2021, 7:37 PM IST

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ମୋଡର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସହ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ସାମିଲ ହୋଇଥିଲେ । ଏହା ସହ ରାଜ୍ୟର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।

  • ଓଡ଼ିଶାରେ ବିଗତ ବର୍ଷ ଧରି ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ବିଶ୍ଳେଷଣ କଲେ @BJP4Odisha ପ୍ରତି ଲୋକମାନଙ୍କର ବିଶ୍ୱାସ ବଢ଼ିଛି । 2014ରୁ ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ନେତୃତ୍ୱରେ ଦଳର ଲୋକପ୍ରିୟତା ବଢ଼ିଛି । ଆଗକୁ ମଧ୍ୟ ଆମକୁ ସ୍ଥାନୀୟ ନିର୍ବାଚନ ଏବଂ ସଂଗଠନ ଉପରେ ଯୋରଦେବାକୁ ପଡ଼ିବ । pic.twitter.com/C28vP9YCqe

    — Dharmendra Pradhan (@dpradhanbjp) June 28, 2021 " class="align-text-top noRightClick twitterSection" data=" ">

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ ଜଣେ ରାଜନୈତିକ ଓ ସାମାଜିକ କର୍ମୀ ଭାବରେ କେବଳ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା ଆବଶ୍ୟକ । ରାଜ୍ୟକୁ ଦାରିଦ୍ର୍ୟରୁ ମୁକ୍ତି ଦେବା ଏବଂ ରୋଜଗାର ବଢ଼ାଇବା ପାଇଁ ତଥା ସାମାଜିକ ଗଣମାଧ୍ୟମରେ ଯୋଡ଼ିହୋଇ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ।

ସେହିପରି ଦଳୀୟ ସଂଗଠନରେ କାର୍ଯ୍ୟକର୍ତ୍ତାମାନେ ସମସ୍ତେ ନିଜେ ନିଜେ ଆତ୍ମସମୀକ୍ଷା କରିବା ଦରକାର । କେବଳ କ୍ଷମତାର ଦାୟିତ୍ବ ଏବଂ ପଦ ପଦବୀରେ ବସିବା ନୁହେଁ ବରଂ ବଡ ଲକ୍ଷ୍ୟ ନେଇ ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ । ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପ୍ରତି ଓଡିଶାରେ ଲୋକମାନଙ୍କ ବିଶ୍ବାସ ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବେଦନଶୀଳ ନେତୃତ୍ବ କାରଣରୁ ଓଡ଼ିଶାକୁ ସର୍ବାଧିକ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ସ୍ଲୋଗାନକୁ ଯଥାର୍ଥ ଭାବରେ ପାଳନ କରାଯିବ ।

କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ବ । ଆମ ମହାପ୍ରଭୁ ବଡ, ଆମର ବିଚାର ବି ବଡ ହେବା ଦରକାର । ଏଭଳି କଳ୍ପନା କରି ଆମର ସବୁ କାର୍ଯ୍ୟକର୍ତ୍ତାଙ୍କୁ ବଢିବାକୁ ପଡ଼ିବ । ଆଞ୍ଚଳିକ ସ୍ତରରେ ଲକ୍ଷାଧିକ ଲୋକଙ୍କୁ ଯୋଡିବା ପାଇଁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.