ETV Bharat / city

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ବଲାଙ୍ଗୀର ଗସ୍ତ - ବଲାଙ୍ଗୀର ବାଳିକା ହାଇସ୍କୁଲରେ ଶ୍ରୀମୟୀ ମିଶ୍ର

ବଲାଙ୍ଗୀର ଜିଲ୍ଲା ସରକାରୀ ମହିଳା ବାଳିକା ଉଚ୍ଚ ବିଦ୍ୟାଳୟରେ ଓ୍ୱାଟରକୁଲର ଓ ପ୍ୟୁରିଫାୟାର ମେସିନ ଏବଂ ସାନିଟାଇଜର ସ୍ପ୍ରେ ମେସିନ ଲୋକାର୍ପିତ । ଅଧିକ ପଢନ୍ତୁ....

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ବଲାଙ୍ଗୀର ଗସ୍ତ

author img

By

Published : Mar 4, 2021, 6:35 PM IST

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ସରକାରୀ ମହିଳା ବାଳିକା ଉଚ୍ଚ ବିଦ୍ୟାଳୟରେ ଓ୍ୱାଟରକୁଲର ଓ ପ୍ୟୁରିଫାୟାର ମେସିନ ଏବଂ ସାନିଟାଇଜର ସ୍ପ୍ରେ ମେସିନ ଲୋକାର୍ପିତ ହୋଇଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି । ଏହା ମାଧ୍ୟମରେ ସ୍କୁଲର ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣରେ ଏହା ସହାୟକ ହେବା ସହ କୋଭିଡ୍ ସମୟରେ ମଧ୍ୟ ସେମାନେ ସହଜରେ ନିଜକୁ ସାନିଟାଇଜ୍ କରି ରଖିପାରିବେ ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମୋ’ ସ୍କୁଲ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀର ସରକାରୀ ଗାର୍ଲସ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଆଜି(ଗୁରୁବାର) ସେଠାକୁ ପରିଦର୍ଶନରେ ଯାଇଥିଲେ । ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କ ସହ ସ୍କୁଲର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ସ୍କୁଲ ପରିସରରେ ଶ୍ରୀମୟୀ ମିଶ୍ର ୱାଟରକୁଲର ଓ ସାନିଟାଇଜ୍ ସ୍ପ୍ରେ ମେସିନକୁ ସ୍ଥାପନ କରାଇଛନ୍ତି । ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ସ୍କୁଲର କେଉଁସବୁ ଭିତ୍ତିଭୂମିର ଅଭାବ ରହିଛି ଏକ ତାଲିକା ପ୍ରସ୍ତୁତ କରି ଓଟିଡିସି ଅଧ୍ୟକ୍ଷା ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସ୍କୁଲର ସାମଗ୍ରିକ ଭିତ୍ତିଭୂମି ବିକାଶ ଦିଗରେ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ଶ୍ରୀମୟୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଶ୍ରୀମୟୀ ପିଲାଦିନେ ପଢ଼ିଥିବା ନିଜ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.