ETV Bharat / city

ଗାନ୍ଧି ଜୟନ୍ତୀରେ ସ୍ୟାଣ୍ଡ ଆନିମେସନ ଶୋ' କରିବ ଓଟିଡିସି - OTDC organized gandhi jayanti and dussera special program

ଚଳିତ ବର୍ଷ ଦେଶ ପାଳିବ 150ତମ ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଓଟିଡିସି ପକ୍ଷରୁ ଲୋୟର ପିଏମଜିତ ଠାରେ ଏକ ସ୍ୟାଣ୍ଡ ଆନିମେସନ ଶୋ' ସହ ଦଶହରାକୁ ଓଡିଶା ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ 3 ଦିନିଆ ଦାଣ୍ଡିଆ ନୃତ୍ୟ ପାଇଁ ଆୟୋଜନ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 28, 2019, 3:19 PM IST

ଭୁବନେଶ୍ବର: ଚଳିତ ବର୍ଷ ଦେଶ ପାଳନ କରିବାକୁ ଯାଉଛି 150ତମ ଗାନ୍ଧୀ ଜୟନ୍ତୀ । ଏଥିପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବାପୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି । ଚଳିତ ବର୍ଷ ଓଟିଡିସି ପକ୍ଷରୁ ଲୋୟର ପିଏମଜି ଠାରେ ଏକ ସ୍ୟାଣ୍ଡ ଆନିମେସନ ଶୋ' ର ଆୟୋଜନ କରାଯାଉଛି । ଏଥିସହିତ ଆସନ୍ତା ଦଶହରାକୁ ଓଡିଶା ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ 3 ଦିନିଆ ଦାଣ୍ଡିଆ ନୃତ୍ୟ ପାଇଁ ଆୟୋଜନ ହୋଇଛି ।

ଶନିବାର ପାନ୍ଥ ନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ, ପାନ୍ଥ ନିବାସ ଏମଡି ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତମୀ, ଅଷ୍ଟମୀ ଓ ନବମୀ ତିନି ଦିନ ଧରି ଭୁବନେଶ୍ବର ପାନ୍ଥ ନିବାସରେ ସନ୍ଧ୍ୟା 6ଟା 30ରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୃତ୍ୟ ଆୟୋଜିତ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମ ଅବସରରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦାଣ୍ଡିଆରେ ଅଂଶଗ୍ରହଣ କରିବାକୁ ଥିବା ଟିକେଟର ମୂଲ୍ୟ ଜଣକ ପିଛା 699 ଓ ଦୁଇ ଜଣଙ୍କ ପିଛା 1299 ଟଙ୍କା ରହିଛି । ତେବେ ଏହି ଟଙ୍କା ପ୍ରତି ସନ୍ଧ୍ୟା ପାଇଁ ଦେବାକୁ ପଡିବ । ଏତଦବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କୌତୁକିଆ ଖେଳ ସହିତ ଲକି ଡ୍ର'ର ବ୍ୟବସ୍ଥା ରହିଛି । ପ୍ରତି ସନ୍ଧ୍ୟାରେ ଲକି ଡ୍ର' ବିଜେତାଙ୍କୁ ଦୁଇ ଦିନ ଓଡ଼ିଶାର ଯେକୌଣସି ପାନ୍ଥ ନିବାସରେ ମାଗଣାରେ ରହିବାର ସୁଯୋଗ ପାଇବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଚଳିତ ବର୍ଷ ଅକ୍ଟୋବର 2 ତାରିଖରେ ମହାତ୍ମାଗାନ୍ଧୀଙ୍କ ପୁଣ୍ୟ ଜନ୍ମତିଥିକୁ 150 ବର୍ଷ ପୂରଣ ହେବାକୁ ଯାଉଛି।ଯାହାକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଓଟିଡିସି ଲୋୟର ପିଏମଜି ଠାରେ ଏକ ସାଣ୍ଡ ଆନିମେସନ ଶୋ ଆୟୋଜନ କରୁଛି।ଏହା ସହିତ ଆସନ୍ତା ଦଶହରାକୁ ଓଡିଶା ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ 3ଦିନିଆ ଦାଣ୍ଡିଆ ନୃତ୍ୟ ଆୟୋଜନ କରାଯାଉଛି।

Body:ଆଜି ପାନ୍ଥ ନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ପର୍ଯ୍ୟଟନ ବିଭାଗ ନିର୍ଦେଶକ ଓ ପାନ୍ଥ ନିବାସ ଏମ ଡି ନିର୍ମଳ ଚନ୍ଦ୍ର ମିଶ୍ର ଓ ଓଟିଡିସି ର ଅଧକ୍ଷ ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।ଆସନ୍ତା ସପ୍ତମୀ,ଅଷ୍ଟମୀ ଓ ନବମୀ ଅର୍ଥାତ 5,6,ଓ ଅନ୍ୟାନ୍ୟ ତାରିଖ ତିନି ଦିନ ଧରି ଭୁବନେଶ୍ୱର ପାନ୍ଥ ନିବାସରେ ସନ୍ଧ୍ୟା 6ଟା 30 ରୁ ରାତି 10 ଟା ପର୍ଯ୍ୟନ୍ତ ଏହି ନୃତ୍ୟ ଆୟୋଜିତ ହେବ ବୋଲି କହିଛନ୍ତି।ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ର ବ୍ୟବସ୍ଥା କରାଯାଇଛି।ଏଥିପାଇଁ ଟିକେଟ ର ମୂଲ୍ୟ ଜଣକୁ 699 ଓ ଦୁଇ ଜଣଙ୍କୁ 1299 ଟଙ୍କା ପ୍ରତି ସନ୍ଧ୍ୟା ପାଇଁ ଦେବାକୁ ପଡିବ।ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କୌତୁକିଆ ଖେଳ ସହିତ ଲକି ଡ୍ର ର ବ୍ୟବସ୍ଥା ରହିଛି।ପ୍ରତି ସନ୍ଧ୍ୟାରେ ଲକିଡ୍ର ର ବିଜେତାଙ୍କୁ ଦୁଇ ଦିନ ଓଡ଼ିଶାର ଯେ କୌଣସି ପାନ୍ଥ ନିବାସ ରେ ମାଗଣାରେ ରହିବାର ସୁଯୋଗ ପାଇବେ।
ବାଇଟ-ଓଟିଡିସି ଏମ ଡି -ନିର୍ମଳ ଚନ୍ଦ୍ର ମିଶ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.