ETV Bharat / city

ଦାଣ୍ଡିଆ ନାଇଟ୍‌କୁ ନେଇ ଟ୍ବିଟ ଝଡ, ପ୍ରତିକ୍ରିୟା ରଖିଲେ ଓଟିଡିସି ଅଧ୍ୟକ୍ଷା - ଓଟିସିର ଦାଣ୍ଡିଆ ନାଇଟ୍‌କୁ ନେଇ ଟ୍ବିଟରରେ ଝଡ

ଚଳିତ ବର୍ଷ ପ୍ରଥମ କରି ଓଡିଶା ରାଜ୍ୟ ପର୍ଯ୍ୟଟନ ନିଗମ(ଓଟିଡିସି) ପକ୍ଷରୁ ଦାଣ୍ଡିଆ ନାଇଟ୍‌ ଆୟୋଜିତ ହୋଇଥିଲା। ଯାହାକୁ ନେଇ ଟ୍ବିଟରରେ ଅନେକ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 10, 2019, 11:33 AM IST

ଭୁବନେଶ୍ବର: ଗୋଟିଏ ପଟେ ବଙ୍ଗୀୟ ରୀତିନୀତିରେ ପୂଜା ଅନ୍ୟପଟେ ଗୁଜୁରାଟୀ ନବରାତ୍ରିର ରଙ୍ଗରେ ଭଳିକି ଭଳି ଗୀତରେ ଦାଣ୍ଡିଆ ନାଚ । ରାଜଧାନୀ ଭୁବନେଶ୍ବରର ଅନେକ ବେସରକାରୀ ଅନୁଷ୍ଠାନ ଶାରଦୀୟ ଦୁର୍ଗା ପୂଜାରେ ଏଭଳି ଦାଣ୍ଡିଆ ନାଇଟ୍‌ର ଆୟୋଜନ କରିଆସୁଛନ୍ତି । ଚଳିତ ବର୍ଷ ପ୍ରଥମ କରି ଓଟିଡିସି ଦାଣ୍ଡିଆ ନାଇଟ୍‌ର ଆୟୋଜନ କରିଛି । ଯାହାକୁ ନେଇ ଟ୍ବିଟରରେ ଅନେକ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି ।

OTDC in controversy
ଓଟିସିର ଦାଣ୍ଡିଆ ନାଇଟ୍‌କୁ ନେଇ ଟ୍ବିଟରରେ ବିବାଦ

ସୂଚନାନୁସାରେ, ଓଡିଶାରେ ଅନେକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦାଣ୍ଡିଆ ନାଚକୁ ଲୋକପ୍ରିୟ କରିବାରେ ଲାଗିଛନ୍ତି । ଏସବୁର ମାତ୍ରା ଏତେ ଅଧିକ ବୃଦ୍ଧି ପାଇଛି ଯେ ଦୁର୍ଗାପୂଜା ସମୟରେ ଷୋହଳ ପୂଜା ଏବଂ ପୁରୀରର ଗୋଷାଣୀ ଯାତ୍ରାର ଲୋକପ୍ରିୟତା ଆଧୁନିକତାର ଛାପ ତଳେ ହଜିବାରେ ଲାଗିଛି । ଚଳିତ ବର୍ଷ ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସ ଠାରେ 'ଲେଟ୍ସ ଦାଣ୍ଡିଆ' ର ଆୟୋଜନ ହୋଇଥିଲା । ଏନେଇ ଅନଲାଇନରେ ଟିକେଟ ବିକ୍ରିର ବ୍ୟବସ୍ଥା ମଧ୍ୟ ରହିଥିଲା । ତେବେ ଓଟିଡିସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଟିଡିସି ଏବଂ ଓଡିଶା ପର୍ଯ୍ୟଟନର ଲୋଗୋକୁ ଛାଡିଦେଲେ ଓଡିଆ ସଂସ୍କୃତିର କୌଣସି ଚିହ୍ନବର୍ଣ୍ଣ ନଥିଲା । ଖାଲି ସେତିକି ନୁହେଁ ପୋଷ୍ଟରରେ ଗୁଜୁରାଟୀ ପୋଷାକରେ ଦାଣ୍ଡିଆ ନାଚୁଥିବାର ଏକ ଫଟୋ ରହିଥିଲା ।

OTDC in controversy
ବଙ୍ଗୀୟ ରୀତିନୀତି, ଗୁଜୁରାଟୀ ନାଚ

ଏଭଳି ରଙ୍ଗିନ୍‌ ପରିବେଶରେ ଡିସ୍କୋ ଲାଇଟ୍‌ ଭିତରେ ପୁରୀର ପ୍ରାଚୀନ ସାହିଯାତ ପରମ୍ପରାର ଅମ୍ବିକା ମେଢ ନୃତ୍ୟ ପ୍ରଦର୍ଶନ ଓଡିଆ ସଂସ୍କୃତିର ଘୋର ଅପମାନ ବୋଲି ପ୍ରତୀକ ପଟ୍ଟନାୟକ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଯୁବକ ମତ ଦେଇଛନ୍ତି । ସେ କହିଛନ୍ତି, ଏମାନଙ୍କୁ ପ୍ରଶୟ ଦେଲେ ସଂସ୍କୃତିକୁ ବିକି ଖାଇଯିବେ । ଏଥିରେ ପ୍ରଦର୍ଶନ କରିଥିବା କଳାକାର ଏବଂ ଅନୁଷ୍ଠାନ ଲଜ୍ଜାଜନକ କାର୍ଯ୍ୟ ।

OTDC in controversy

ସେହିପରି ଅନ୍ୟ ଜଣେ ଟ୍ବିଟର ବ୍ୟବହାରକାରୀ ସୁଧୀର ମିଶ୍ରଙ୍କ କହିବାନୁଯାୟୀ, ପ୍ରଥମେ ମୁଁ ଏହା ଦେଖି ଖୁସି ହେଲି, ହେଲେ ପରେ ଚିନ୍ତାରେ ପଡିଲି ଯେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦାଣ୍ଡିଆକୁ କାହିଁକି ପ୍ରୋତ୍ସାହନ ଦେଉଛି । ମେ ଫେୟାରରେ ଦାଣ୍ଡିଆ ହେବା ଭିନ୍ନ କଥା, ହେଲେ ପାନ୍ଥନିବାସରେ ଦାଣ୍ଡିଆ ନାଇଟ୍‌ର ଆୟୋଜନ କେତେ ଦୂର ଠିକ୍ । ଓଡିଶା ପର୍ଯ୍ୟଟନ ବିଭାଗ ଯେପରି ସେମାନଙ୍କ ପର୍ବକୁ ପ୍ରୋତ୍ସାହନ ଦେଉଛନ୍ତି ସେଭଳି ରଜ ଏବଂ କୁମାର ପୂର୍ଣ୍ଣିମାର ପ୍ରୋତ୍ସାହନ ପାଇଁ ଗୁଜୁରାଟ ପର୍ଯ୍ୟଟନ ବିଭାଗକୁ କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

OTDC in controversy
ଓଟିଡିସିର ଦାଣ୍ଡିଆ ନାଇଟକୁ ନେଇ ଟ୍ବିଟରରେ କ୍ଷୋଭ

ଅପରପକ୍ଷେ ଟ୍ବିଟରରେ ଏହି ବିବାଦ ପରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୁଜୁରାଟୀ ଥିମରେ ଓଡିଆ ଫ୍ୟୁଜନକୁ ନେଇ ଦାଣ୍ଡିଆ ନାଇଟରେ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଝୋଟି, ଚିତା ଓ ପଟ୍ଟଚିତ୍ର ଆଦି ମଧ୍ୟ ସାମିଲ ହୋଇଥିଲା । ସମସ୍ତେ ଏହାର ବେଶ ଭଲ ଭାବେ ମଜା ଉଠାଇଛନ୍ତି । ଯେତିକି ଭାବିଥିଲୁ ତା' ଠାରୁ ଅଧିକ ସଫଳ ହୋଇଛୁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଟିଡିସି ର ଦାଣ୍ଡିଆ ନାଇଟ କୁ ନେଇ ଟୁଇଟର ରେ ଝଡ଼।
ବଙ୍ଗୀୟ ରୀତିନୀତି ରେ ପୂଜା ଅନ୍ୟ ପଟେ ଗୁଜରାତି ନବରାତ୍ରୀ ଭଳି ଗୀତ ରେ ଦାଣ୍ଡିଆ ନାଇଟ। ଅଭଳି ଆୟୋଜନ ରେ ଦୁର୍ଗା ପୂଜା ରାଜଧାନୀ ର ଅନେକ ବେସରକାରୀ ଅନୁଷ୍ଠାନ କରି ଆସୁଛନ୍ତି। କିନ୍ତୁ ପ୍ରଥମ ଥର କରି ଓଟିଡିସି ଏଥର ଦାଣ୍ଡିଆ ର ପ୍ରଚାର ପ୍ରସାର କରିଛି। ଯାହା କୁ ନେଇ ଆଜି ଟୁଇଟର ଅନେକ ଲୋକ ଖେଭ ପ୍ରକାଶ କରିଛନ୍ତି। ଓଡ଼ିଶା ଟୁରିଯିମ ବିଭାଗ ଅନ୍ୟ ପଟେ ଦାଣ୍ଡିଆ ଓ ସହ ଓଡ଼ିଶାର ପ୍ରଚାର କହୁଥିଲା ସତ ହେଲେ ଦାଣ୍ଡିଆ ବ୍ୟାନର ରେ ଓଡ଼ିଶାର ଲୋକ କଳା ଓ ସଂସ୍କୃତି ର ଛାପ ଟିକିଏ ବି ନାହିଁ। ଏହା ସହ ଦୁର୍ଗା ପୂଜା ସମୟରେ ପୁରୀ ର ଘେସାଣି ଯାତ୍ରା, ଷୋହଳ ପୂଜା ଆଦି ହୁଏ ଯାହା ଆଧୁନିକତା ର ଛପ ରେ ଲୁଚି ଯାଉଛି। ସେଗୁଡିକୁ ପ୍ରଚାର ପ୍ରସାର କରାଯାଉ ବୋଲି ଲୋକେ ନିଜର ମତ ରଖିଛନ୍ତି।Body:ଓଟିଡିସି ର ଦାଣ୍ଡିଆ ନାଇଟ କୁ ନେଇ ଟୁଇଟର ରେ ଝଡ଼।
ବଙ୍ଗୀୟ ରୀତିନୀତି ରେ ପୂଜା ଅନ୍ୟ ପଟେ ଗୁଜରାତି ନବରାତ୍ରୀ ଭଳି ଗୀତ ରେ ଦାଣ୍ଡିଆ ନାଇଟ। ଅଭଳି ଆୟୋଜନ ରେ ଦୁର୍ଗା ପୂଜା ରାଜଧାନୀ ର ଅନେକ ବେସରକାରୀ ଅନୁଷ୍ଠାନ କରି ଆସୁଛନ୍ତି। କିନ୍ତୁ ପ୍ରଥମ ଥର କରି ଓଟିଡିସି ଏଥର ଦାଣ୍ଡିଆ ର ପ୍ରଚାର ପ୍ରସାର କରିଛି। ଯାହା କୁ ନେଇ ଆଜି ଟୁଇଟର ଅନେକ ଲୋକ ଖେଭ ପ୍ରକାଶ କରିଛନ୍ତି। ଓଡ଼ିଶା ଟୁରିଯିମ ବିଭାଗ ଅନ୍ୟ ପଟେ ଦାଣ୍ଡିଆ ଓ ସହ ଓଡ଼ିଶାର ପ୍ରଚାର କହୁଥିଲା ସତ ହେଲେ ଦାଣ୍ଡିଆ ବ୍ୟାନର ରେ ଓଡ଼ିଶାର ଲୋକ କଳା ଓ ସଂସ୍କୃତି ର ଛାପ ଟିକିଏ ବି ନାହିଁ। ଏହା ସହ ଦୁର୍ଗା ପୂଜା ସମୟରେ ପୁରୀ ର ଘେସାଣି ଯାତ୍ରା, ଷୋହଳ ପୂଜା ଆଦି ହୁଏ ଯାହା ଆଧୁନିକତା ର ଛପ ରେ ଲୁଚି ଯାଉଛି। ସେଗୁଡିକୁ ପ୍ରଚାର ପ୍ରସାର କରାଯାଉ ବୋଲି ଲୋକେ ନିଜର ମତ ରଖିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.