ଭୁବନେଶ୍ବର: ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ । କେନ୍ଦ୍ରର ୩ କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦପାଳନ ଜାରି ରହିବ । ତେବେ ଏହାର ପ୍ରଭାବ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ରାଜ୍ୟ ସଡକ ପରିବହନ ନିଗମ (OSRTC) ବସ୍ ସେବାକୁ ବନ୍ଦ କରାଯାଇଛି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ OSRTC ବସ ଚଳାଚଳ ବନ୍ଦ ରହିବ । ଏନେଇ ଗତକାଲି OSRTC କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଥିଲେ ।
ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବନ୍ଦ ପାଳନକୁ ଜୋରଦାର କରାଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ