ETV Bharat / city

ଗ୍ରୀଷ୍ମ ପ୍ରବାହ ମୁକାବିଲା: ପ୍ରତି ଘଣ୍ଟାରେ ବାଜିବ ୱାଟର ବେଲ୍‌

author img

By

Published : Mar 10, 2022, 4:34 PM IST

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଲାଣି । ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ କରାଯାଇଛି 'ୱାଟର ବେଲ'ର ସୁବିଧା । ପ୍ରତି 1 ଘଣ୍ଟାରେ ଛୋଟ ବେଲ ବଜାଯିବ । ଯାହା ଫଳରେ ପିଲାମାନେ ପାଣି ପିଇ ପାରିବେ। ଅଧିକ ପଢନ୍ତୁ

ଗ୍ରୀଷ୍ମ ପ୍ରବାହ ମୁକାବିଲା: ସ୍କୁଲରେ କରାଯାଇଛି ୱାଟର ବେଲର ସୁବିଧା

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ। ଓସେପା OSEPA (Odisha School Education Programme Authority)ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସ୍କୁଲରେ ଗ୍ରୀଷ୍ମ ପ୍ରବାହ ପାଇଁ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଟ 1 ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ିବାରେ ଲାଗିଲାଣି । ସ୍କୁଲରେ ପାଣି ପିଇବା ପାଇଁ ଭଲ ଭାବରେ ସୁବିଧା କରାଯାଇଛି । ପାଣି ପିଇବା ପାଇଁ ୱାଟର ବେଲର ସୁବିଧା କରାଯାଇଛି । ପ୍ରତି 1 ଘଣ୍ଟାରେ ଛୋଟ ବେଲ ବଜା ଯାଉଛି ।

ଯାହା ଫଳରେ ପିଲାମାନେ ପାଣି ପାଇ ପାରିବେ । ଓଆରଏସ (ORS) ମଧ୍ୟ ରହିଛି । ଯଦି କୈଣସି ପିଲାର କିଛି ସମସ୍ୟା ହୁଏ ତେବେ ସେମାନଙ୍କୁ ଦିଆଯିବ । ଅନ୍ୟପଟେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପାଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଛି । ଓ୍ବାଟର ଡ୍ରମ, ଆକ୍ବାଗାଡ଼ ଏବଂ ପୂର୍ଣ୍ଣ ମାତ୍ରାରେ ପାଣିର ବ୍ୟବସ୍ଥା କରାଯାଇଛି । ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବା ପୂର୍ବରୁ ପିଲାଙ୍କ ସହ ଖାଦ୍ୟ ସାମଗ୍ରୀ ସହିତ ପାଣି ଦେଇ ଛାଡିବାକୁ ଅନୁରୋଧ କରିଛନ୍ତି ।

ଯାହା ଫଳରେ ଖରା ସମସ୍ୟାରେ ବାହାର ଖାଦ୍ୟ ଯେଭଳି ଭାବରେ ପିଲାମାନେ ନ ଖାଆନ୍ତୁ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପଟେ ଅଭିଭାବକ କହିଛନ୍ତି ଯେ ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ବଢୁଛି । ତେବେ ସ୍କୁଲରେ ପାଣିର ବ୍ୟବସ୍ଥା କରାଯା ଏବଂ କ୍ଳାସ ରୁମରେ ଫ୍ୟାନର ବ୍ୟବସ୍ଥା କରାଯାଉ । ଫଳରେ ପାଠ ପଢିବା ସମୟରେ ପିଲାମାନେ ଯେଭଳି କୈଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ତେଣୁ ଏ ସମସ୍ତ ବ୍ୟବସ୍ଥା କରାଯାଉ ।

ଏହାବି ପଢନ୍ତୁ: ଗ୍ରୀଷ୍ମ ପ୍ରବାହ ମୁକାବିଲା: ସମସ୍ତ DEOଙ୍କୁ OSEPAUଙ୍କ ଚିଠି

ସୂଚନା ଅନୁଯାୟୀ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ଏନେଇ ଓସେପା ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। DEO ଓ DPC ମାନଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ଏବଂ ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲକୁ ଆସିବା ସମୟରେ ଛାତ୍ରଛାତ୍ରୀ ସାଙ୍ଗରେ ପାଣି ବୋତଲ ଆଣିବା ଲାଗି ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.