ଭୁବନେଶ୍ବର: ରାଜଧାନୀରେ ଚାଲିଛି 14 ତମ ତେଷାଳି ମେଳା । ବର୍ଷକୁ ଥରେ ଏହି ମେଳା ଅନୁଷ୍ଠିତ ହେଉଥିବାବେଳେ ଲୋକଙ୍କ ବେଶ ଗହଳ ଚହଳ ଦେଖିବାକୁ ମିଳିଛି । ହେଲେ ଚଳିତ ବର୍ଷ ଟସର ପୋକର ଖୋଳରୁ ତିଆରି ଅଳଙ୍କାର ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ଟସର ପୋକର ଖୋଳରୁ ତିଆରି ହେଉଛି ମନ ଲୋଭା ଅଳଙ୍କାର । ଯାହା ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଆଗରୁ କେବଳ ଟସର ପୋକରୁ ସୂତା ତିଆରି କରି କପଡା ହେଉ ଥିବାର ଆମେ ସଭିଏଁ ଦେଖିଛୁ ହେଲେ ଏବେ ସେଥିରୁ ମହିଳାଙ୍କ ପାଇଁ ଅଳଙ୍କାର ତିଆରି ହେଉଛି । ଅନ୍ୟପଟେ ଏସବୁ ଅଳଙ୍କାର ବେଶ ହାଲୁକା ଥିବାରୁ ଲୋକେ ମଧ୍ୟ ପସନ୍ଦ କରୁଛନ୍ତି। ଗୋଟିଏ ଗୋଟିଏ ଅଳଙ୍କାରର ଦାମ 300 ରୁ 500 ଟଙ୍କା ଭିତରେ ରହିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ