ETV Bharat / city

କରୋନା ଯୋଦ୍ଧାଙ୍କ ପାଇଁ ଉପକରଣ ପ୍ରସ୍ତୁତ କରୁଛନ୍ତି ଓଡ଼ିଆ ଯୁବକ

author img

By

Published : Apr 6, 2020, 11:19 PM IST

ମହାମାରୀ କୋରୋନାକୁ ନେଇ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ସମ୍ମୁଖରେ ରହି ଯୁଦ୍ଧ ଲଢ଼ୁଛନ୍ତି ଡାକ୍ତର ଓ ପାରାମେଡିକାଲର କର୍ମଚାରୀମାନେ । ଏହି କରୋନା ଯୋଦ୍ଧାଙ୍କ ପାଇଁ ଉପକରଣ ପ୍ରସ୍ତୁତ କରୁଛନ୍ତି ଓଡ଼ିଆ ଯୁବକ । ଅଧିକ ପଢନ୍ତୁ...

oriya-youth-are-making-equipment-for-covid19
କରୋନା ଯୋଦ୍ଧାଙ୍କ ପାଇଁ ଉପକରଣ ପ୍ରସ୍ତୁତ କରୁଛନ୍ତି ଓଡ଼ିଆ ଯୁବକ

ଭୁବନେଶ୍ବର: ବର୍ତ୍ତମାନ ପରିସ୍ଥିତିରେ କୋରୋନା ମହାମାରୀ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରିଛି । ଆଉ ଏହାର ସମ୍ମୁଖରେ ରହି ଯୁଦ୍ଧ ଲଢ଼ୁଛନ୍ତି ଡାକ୍ତର ଓ ପାରାମେଡିକାଲର କର୍ମଚାରୀମାନେ । ନିଜ ଜୀବନକୁ ବାଜି ଲଗାଇ ସେମାନେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଜଡିତ ରହି ଚିକିତ୍ସା କରୁଛନ୍ତି । ତେବେ ସେମାନେ ପରିଧାନ କରୁଥିବା ପୋଷାକ, ଡ୍ରେସ ଆଦି ଯଦି ସୁରକ୍ଷିତ ନ ରହେ ତେବେ ସେମାନେ ସହଜରେ ସେହି ଭୁତାଣୁ ଦ୍ବାରା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

ଆଉ ସେହି ସାମଗ୍ରୀର ଚାହିଦା ସାରା ବିଶ୍ବରେ ବହୁତ ଅଧିକ ଥିବା ବେଳେ ଆବଶ୍ୟକ ସଂଖ୍ୟକ ଉପଲବ୍ଧ ହେଉନାହିଁ । ଫଳରେ ଏହି ଯୋଦ୍ଧାମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି । ତେବେ ଏପରି ସ୍ଥିତିରେ ଭୁବନେଶ୍ବରର ଯୁବକ ମନୋଜ ନାୟକ ଓଡିଶା ପାଇଁ କିଛିଟା ଆସ୍ବସ୍ତି ଆଣି ଦେଇଛନ୍ତି । ନିଜ ଡିଜାଇନରେ ସେ ପ୍ରସ୍ତୁତ କରୁଛନ୍ତି ଏହି ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ । ଯାହାକି ଅନ୍ୟସ୍ଥାନ ମାନଙ୍କରେ ବହୁତ ମୂଲ୍ୟ ହୋଇଥିବାବେଳେ ସେ ବହୁତ କମ ମୂଲ୍ୟରେ ମଧ୍ୟ ଏହାକୁ ଯୋଗାଇ ଦେଉଛନ୍ତି ।

ତେବେ ବର୍ତ୍ତମାନର ପରିସ୍ଥିତିକୁ ନେଇ ସେ ଏହାକୁ ଆହୁରି ଅଧିକ କରିବାକୁ ଚେଷ୍ଟା କରୁଥିବା ବଳେ କାରିଗର ମାନଙ୍କ ଅଭାବ ପାଇଁ ସେ ଏହାକୁ ସେତେ ଗତିଶୀଳ କରି ପାରୁନାହାନ୍ତି । ଯଦି ସରକାରୀ ସ୍ତରରୁ କୌଣସି ପ୍ରକାର ସାହାଯ୍ୟ ଓ ସହଯୋଗ ରୁହେ ତେବେ ସେ ଓଡ଼ିଶାର ଚାହିଦା ଅନୁସାରେ ଏହା ଯୋଗାଇ ପାରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.