ETV Bharat / city

ନିଆରା ଢଙ୍ଗରେ ଫାଦର୍ସ ଡେ’ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର

କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ବାପାଙ୍କୁ କଷ୍ଟକୁ ନେଇ ନିଆରା ଢଙ୍ଗରେ ଫାଦର୍ସ ଡେ’ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର ।ଅଧିକ ଜାଣନ୍ତୁ...

author img

By

Published : Jun 22, 2020, 1:43 AM IST

oriya-lyricist-pays-homage-to-father-on-fathers-day
ନିଆରା ଢଙ୍ଗରେ ଫାଦର୍ସ ଡେ’ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର

ଭୁବନେଶ୍ବର:କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ। ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ୱୀକାର କରିବା ସହିତ ତାଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ୱର’।

ଏହି ଗୀତଟି ଆଜି ପିତୃତ୍ୱ ଦିବସ ଅବସରରେ ଅରମାନ୍‌ ମ୍ୟୁଜିକରେ ମୁକ୍ତିଲାଭ କରିଛି। ଏଥିରେ ଗୀତିକାର ଅଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତକାର ଅଛନ୍ତି ଜାପାନୀ ଏବଂ କଣ୍ଠଶିଳ୍ପୀ ସବିଶେଷ।

ଏହି ଗୀତଟି ଏଇଭଳି ଏକ କବିତାରୁ ଆରମ୍ଭ ହୋଇଛି….‘‘ଚପଲ ପିନ୍ଧୁ ନ ଥିବା ପାଦ ତମରକେମିତି ସହେ ଏତେ କଣ୍ଟା?ଚଷମା ପିନ୍ଧୁ ନ ଥିବା ଆଖି ତମରକେମିତି ଲୁଚାଇ ପାରେ ଅସରା ଅସରା ଲୁହ?ବାପା!ତମେ ମାଟି ସହ ମାଟି ହେଲା ବେଳେମଣିଷ ପରି ଦିଶନିଲାଗୁଥାଅ ସାକ୍ଷାତ ଈଶ୍ୱର ।’’ଏହି ଗୀତଟି ସବୁ ବାପାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ। ଏହି ଗୀତଟିର ଷ୍ଟୁଡିଓ ଭର୍ସନଠୁ ଆରମ୍ଭ କରି ଲିରିକାଲ୍‌ ଭର୍ସନ ଏବଂ ଭିଡ଼ିଓ ଭର୍ସନ ମୁକ୍ତିଲାଭ କରିଛି। ତେବେ ଏହାର ଭିଡ଼ିଓ ଭର୍ସନରେ ପ୍ରସିଦ୍ଧ ହାସ୍ୟ ଯୋଡ଼ି ପ୍ରଜ୍ଞା-ଶଙ୍କର ଅଭିନୟ କରିଥିବା ବେଳେ ଏକ ଗ୍ରାମାଞ୍ଚଳରେ ଏହାର ଶୁଟିଂ ହୋଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ଏକାଧାରରେ ଜଣେ ସାମ୍ବାଦିକ ଓ ଗୀତିକାର ସୁବ୍ରତ ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଜଣେ ଅତି ଜଣାଶୁଣା ଓ ଲୋକପ୍ରୀୟ ଗୀତିକାର। ଓଡ଼ିଆ ସିନେମାକୁ ସେ ଅନେକ ହିଟ ଗୀତ ଦେଇଛନ୍ତି। କିଛିଦିନ ତଳେ ନିଜ ବାପାଙ୍କୁ ହରେଇଥିବା ସୁବ୍ରତ ଆଜି ଫାଦର୍ସ ଡେ ପାଇଁ ଏହି ଗୀତଟି ପ୍ରସ୍ତୁତ କରିଛନ୍ତି। ଗୀତଟିର ଆବେଦନ ଖୁବ ମର୍ମ ସ୍ପର୍ଶୀ। ସେ କହିବାକୁ ଚାହିଁଛନ୍ତି, ବାପା ହେବାର କଷ୍ଟ ଜଣେ ବାପା ହେଲା ପରେ ହିଁ ଜାଣିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.