ETV Bharat / city

OPSC Suspends Recruitment: ବିବାଦ ପରେ ନିଯୁକ୍ତି ପକ୍ରିୟା ସ୍ଥଗିତ

author img

By

Published : May 27, 2022, 10:57 PM IST

ବିବାଦ ପରେ ନିଯୁକ୍ତି ପକ୍ରିୟା ସ୍ଥଗିତ ରଖିଲା ଓପିଏସସି । ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ହେଲା ବନ୍ଦ । ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା OPSC । ବିଶ୍ବବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ବନ୍ଦ ପାଇଁ ରାଜ୍ୟପାଳଙ୍କୁ ଭେଟିଥିଲେ ପୂର୍ବତନ ଭିସି ଓ ଶିକ୍ଷାବିତ । ଅଧିକ ପଢନ୍ତୁ

ବିବାଦ ପରେ ନିଯୁକ୍ତି ପକ୍ରିୟା ସ୍ଥଗିତ
ବିବାଦ ପରେ ନିଯୁକ୍ତି ପକ୍ରିୟା ସ୍ଥଗିତ

ଭୁବନେଶ୍ବର: ବିବାଦ ପରେ ନିଯୁକ୍ତି ପକ୍ରିୟା ସ୍ଥଗିତ ରଖିଲା ଓପିଏସସି । ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ହେଲା ବନ୍ଦ । ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା OPSC । ବିଶ୍ବବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ବନ୍ଦ ପାଇଁ ରାଜ୍ୟପାଳଙ୍କୁ ଭେଟିଥିଲେ ପୂର୍ବତନ ଭିସି ଓ ଶିକ୍ଷାବିତ ।

ଓଡିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ସାକ୍ଷାତକାର ପରୀକ୍ଷା ବନ୍ଦ କରାଯାଇଛି । ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି)ର ତାଗିଦ ପରେ OPSC ଏହି ପଦକ୍ଷେପ ନେଇଛି । ଓଡିଶା ୟୁନିଭରସିଟି ସଂଶୋଧନ ଆକ୍ଟ ୨୦୨୦ କୁ ଉଲ୍ଲଂଘନ କରାଯାଉଥିବା ନେଇ ୟୁଜିସି ପକ୍ଷରୁ OPSC ଓ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟିଥିଲେ ପୂର୍ବତନ ଭିସି ଏବଂ ଶିକ୍ଷାବିତ ମାନେ। ସୁପ୍ରିମକୋର୍ଟଙ୍କ ସ୍ଥଗିତ ଅର୍ଡରକୁ ଅବମାନନା କରାଯାଉଥିବା ନେଇ ୟୁଜିସି ଉଭୟ OPSC ଓ ଉଚ୍ଚ ଶିକ୍ଷା ବିଭାଗକୁ ତାଗିଦ କରିଥିଲା ।

ଆସନ୍ତା ୩ ମାସ ପାଇଁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉଚ୍ଚଶିକ୍ଷା ବିଭାଗ ଓ ଓପିଏସସି ସୁପ୍ରିମକୋର୍ଟଙ୍କ ନିୟମକୁ ଉଲ୍ଲଂଘନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ ମାସ ୪ ତାରିଖରେ ଫିଜିକ୍ସର ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ବତ୍ତର୍ମାନ ଏହି ପରୀକ୍ଷାକୁ OPSC ପକ୍ଷରୁ ସ୍ଥଗିତ ରଖାଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶାନାମା ନ ଆସିବା ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି ବଳବତ୍ତର ରହିବ । ଆଗକୁ ଏ ବାବଦରେ ଅଧିକ ଅପଡେଟ ପାଇବା ପାଇଁ କମିଶନଙ୍କ ୱେବସାଇଟ ପରିଦର୍ଶନ କରିବାକୁ ଓପିଏସସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.