ଭୁବନେଶ୍ବର: OPSC ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ କଲେଜଗୁଡିକରେ ଓଇଏସ ବର୍ଗର ନିଯୁକ୍ତ ହେବେ 606 ଆସିଷ୍ଟାଣ୍ଟ ପ୍ରଫେସର । ବିନା ଲିଖିତ ପକ୍ରିୟାରେ ଚୟନ ହେବା ସହ କ୍ୟାରିୟର ମାର୍କ ଓ ସାକ୍ଷାତକାରରେ ଚୟନ ପକ୍ରିୟା କରାଯିବ ।
ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଡିଗ୍ରୀ କଲେଜଗୁଡିକରେ ଆସିଷ୍ଟାଣ୍ଟ ପ୍ରଫେସର ଗ୍ରୁପ ଏ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା 606ଟି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ପଦବୀ ରହିଛି । ବିନା ଲିଖିତ ପକ୍ରିୟାରେ ଚୟନ କରାଯିବା ସହ ସେମାନଙ୍କର କ୍ୟାରିୟର ମାର୍କ ଓ ସାକ୍ଷତାକାର ଆଧାରରେ ହେବ ଚୟନ । ଆବେଦନ ପକ୍ରିୟା ଆସନ୍ତା 26 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶାୟୀ ପାର୍ଥୀମାନେ ପିଜି ଓ ନେଟ କରିଥିବା ଆବଶ୍ୟକ ।
ତେବେ ଆନ୍ତ୍ରପୋଲୋଜିରେ 3ଟି ପଦବୀ, ବଟନିରେ 48ଟି ପଦବୀ, କେମେଷ୍ଟ୍ରିରେ 85, କମର୍ସରେ 30, ଅର୍ଥନୀତିରେ 40, ଏଜୁକେସନରେ 20, ଇଂରାଜୀରେ 44, ପରିବେଶ ବିଜ୍ଞାନରେ 5, ଭୂଗୋଳରେ 10, ଜୁଲୋଜିରେ 8, ଇତିହାସରେ 30, ଲଜିକ ଓ ଫିଲୋସଫିରେ 10, ଗଣିତରେ 63, ଓଡ଼ିଆରେ 25, ଫିଜିକ୍ସରେ 75, ପଲଟିକାଲ ସାଇନ୍ସରେ 10, ମନସ୍ତତ୍ୱ୍ବବିଜ୍ଞାନରେ 14, ସୋସିଅଲୋଜିରେ 12, ଲାଇଫ ସାଇନ୍ସରେ 3, ଜୁଲୋଜିରେ 68 ପଦବୀ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ