ETV Bharat / city

IPSଙ୍କ ସ୍ଥାନରେ OPSଙ୍କୁ ଦାୟିତ୍ବ ମିଳୁ: ଓପିଏସ ସଂଘ

ରାଜ୍ୟରେ ଖାଲି ପଡିଥିବା ୫୭ଟି ଆଇପିଏସ ପଦବି ସ୍ଥାନରେ ଓପିଏସ ରାଙ୍କର ଅଫିସରଙ୍କୁ ଦାୟିତ୍ବ ମିଳୁ। ଏନେଇ ନବ ନିର୍ବାଚିତ ଓପିଏସ ସଂଘର ବୈଠକରେ ଏ ଦିଗରେ ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ନିଆଯାଇଛି ନିଷ୍ପତି । ଅଧିକ ପଢନ୍ତୁ...

author img

By

Published : Oct 11, 2021, 6:53 AM IST

ଆଇପିଏସଙ୍କ ସ୍ଥାନରେ ଓପିଏସଙ୍କୁ ଦାୟିତ୍ବ ମିଳୁ:ଓପିଏସ ସଂଘ

ଭୁବନେଶ୍ବର : ରାଜ୍ୟରେ ଖାଲି ପଡିଥିବା ୫୭ଟି ଆଇପିଏସ ପଦବି ସ୍ଥାନରେ ଓପିଏସ ରାଙ୍କର ଅଫିସରଙ୍କୁ ଦାୟିତ୍ବ ମିଳୁ। ଏନେଇ ନବ ନିର୍ବାଚିତ ଓପିଏସ ସଂଘର ବୈଠକରେ ଆଲୋଚନା ସହ ଏ ଦିଗରେ ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ଏନେଇ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଏ ଦିଗରେ ଦାବି ଉପସ୍ଥାପନା କରିବ। ଖାଲି ସେତିକି ନୁହେଁ, କ୍ୟାଡ଼ର ରୁଲ ୨୦୧୩ ଅନୁସାରେ, ଓପିଏସ କ୍ୟାଡ଼ର ନବୀକରଣ କରି ଅଧିକରୁ ଅଧିକ ପୋଷ୍ଟ ଅତିରିକ୍ତ ଏସପି ଓ ଏସପି ଓ ଏସଏଜିରେ କରିବା ପାଇଁ ସଂଘ ଆଲୋଚନା କରିବ।

ଏହାସହ ଏସପି ଅଫିସରୁ ୟୁନିଫର୍ମ ଆଲାଉନ୍ସ ସହ ପ୍ରମୋସନ ସୁପର ସ୍କେଲ ସମୟ ସୀମା ୩ ବର୍ଷରୁ ୨ବର୍ଷ କରିବା ଦିଗରେ ମଧ୍ୟ ବିଚାର ବିମର୍ଷ ନେଅ ବୈଠକରେ ଆଲୋଚନା କରାଯାଇଛି । ଓଡିଶା ପୋଲିସ ସର୍ଭିସ୍ ଆସୋସିଏସନ ଚଳାଇବା ପାଇଁ ଏକ କ୍ୱାର୍ଟର ବା ପ୍ଲଟ ଆଲଟମେଣ୍ଟ କରିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନବନିର୍ବାଚିତ ସଂଘ ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତି ନିଆଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.