ETV Bharat / city

ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା ! - ଅର୍ଚ୍ଚନା ନାଗ ଘଟଣାରେ କଂଗ୍ରେସ ପ୍ରତିକ୍ରିୟା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ସମ୍ପୃକ୍ତ ଥିବା ନେତା ଓ ବିଧାୟକଙ୍କ ତଥ୍ୟ ପୋଲିସର ହସ୍ତଗତ ହେବାପରେ ଏହା ତୃତୀୟ ମହଲାରେ ପହଞ୍ଚିଥିବା ବିଜେପି ଅଭିଯୋଗ କରିଛି । ବିଜେଡି ବିରୋଧରେ ଅସନ୍ତୋଷ ଜାହିର କରୁଥିବା ନେତାଙ୍କୁ ବ୍ଲାକମେଲ କରିବାକୁ ଯୋଜନା ଚାଲିଥିବା କହିଛି ବିଜେପି । ସେପଟେ ବିଜେପି ବିଜେଡି କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା !

author img

By

Published : Oct 14, 2022, 10:05 PM IST

Updated : Oct 14, 2022, 10:13 PM IST

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାର ଚାଲିଛି ତନାଘନା । ଦିନ ଗଡିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ(Lady blackmailer Archana Nag) ରାଜନେତା, ମନ୍ତ୍ରୀ, ପୋଲିସ ଓ ଅଫିସରଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ନେତା ଓ ବିଧାୟକଙ୍କ ପ୍ରାୟ ସମସ୍ତ ତଥ୍ୟ ଓ ପ୍ରମାଣ ପୋଲିସର ହସ୍ତଗତ ହେବାପରେ ଏହା ତୃତୀୟ ମହଲାରେ ପହଞ୍ଚିଥିବା ବିଜେପି ଅଭିଯୋଗ କରିଛି ।

କ'ଣ ଥିଲା ପୂରା ଘଟଣା

ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛି । ପୋଲିସରେ ଅଭିଯୋଗ ପରେ ମାୟାବିନୀ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କାରଣ ରାଜ୍ୟର ଅନେକ ହେଭିୱେଟ ନେତା ବ୍ଲାକମେଲର ଶିକାର ହୋଇଥିବାବେଳେ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ମଧ୍ୟ ଅନେକ ନେତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଏବେ ରାଜ୍ୟରେ ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ବୋଲି ଚର୍ଚ୍ଚା ହେଉଛି ।

ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା !

ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା !

ଅର୍ଚ୍ଚନାର ନାଗ ଫାଶରେ ଏବେ ରାଜ୍ୟର ଅନେକ ହେବିୱେଟ ନେତା, ବିଧାୟକ ତଥା ଅଫିସର ଫସିଯାଇଛନ୍ତି । ଏହାକୁ ନେଇ ସାରା ରାଜ୍ୟରେ ତୁମ୍ଭିତୋଫାନ ଲାଗି ରହିଛି । ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ବିଜେଡି ପାଇଁ ଅର୍ଚ୍ଚନାର ଫାସ ସବୁଠୁ ବଡ ସୁଯୋଗ ତିଆରି କରିଛି । ଅର୍ଚ୍ଚନାର ଫାଶରେ ସରକାରୀ ଦଳର ଅଧିକାଂଶ ବିଧାୟକ ପଡ଼ିଛନ୍ତି । ଅର୍ଚ୍ଚନାକୁ ନେଇ ପୋଲିସ ପାଖରେ ଯାହା ତଥ୍ୟ ଅଛି ସେ ସମସ୍ତ ଡକ୍ୟୁମେଣ୍ଟ ଏବେ ତୃତୀୟ ମହଲାକୁ ଚାଲିଯାଇଛି । ତେଣୁ ବିଜେଡିର ଯେଉଁ ବିଧାୟକ ଓ ନେତା ମାନେ ଅସନ୍ତୋଷ ଜାହିର କରୁଥିଲେ, ସେମାନଙ୍କୁ ଅର୍ଚ୍ଚନା ଫାସରେ ପଡିଥିବା କାରଣରୁ ବ୍ଲାକମେଲ କରି ବିଜେଡିର ଆନୁଗତ୍ୟ ସ୍ଵୀକାର କରିବା ପାଇଁ ଲାଗି ପଡିଛି ତୃତୀୟ ମହଲା ।" ତେବେ ତଦନ୍ତ ହେଲା, କିନ୍ତୁ ସବୁ ପ୍ରମାଣ ତୃତୀୟ ମହଲାରେ ବନ୍ଧା ପଡିଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ବିଜେପି-ବିଜେଡି କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି: କଂଗ୍ରେସ

ଅର୍ଚ୍ଚନା ଘଟଣାରେ କେବଳ ବିଜେଡି ନୁହେଁ, ବିଜେପି ନେତା ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ କରିଛି । କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, "ଉଭୟ ବିଜେଡି ଓ ବିଜେପିର ନେତା, ମନ୍ତ୍ରୀ ବିଧାୟକ ତଥା ବଡ ବଡ ଅଧିକାରୀମାନେ ସାମିଲ ଅଛନ୍ତି । ତଦନ୍ତ ଚାଲିବ । ବିଜେପି ଲାଗିଛି ବିଜେଡିର ନେତାଙ୍କୁ ଧରା ପକାଇବା ପାଇଁ । ସେହିଭଳି ବିଜେଡି ମଧ୍ୟ ଚେଷ୍ଟା କରିବ ବିଜେପିର ନେତାଙ୍କୁ ଧରା ପକାଇବା ପାଇଁ । ତେବେ ଘଟଣାର ତଦନ୍ତ ଜରୁରୀ ଏବଂ ଏଭଳି ନେତାମାନଙ୍କ ମୁଖା ଖୋଲିବା ଆବଶ୍ୟକ ।"

'ଅର୍ଚ୍ଚନା ନାଗ ତଥ୍ୟ ଆସିଲେ ସରକାର ଭାଙ୍ଗିଯିବ'

ଲେଡି ବ୍ଲାକମେଲର ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଥିଲେ, ''ଯେକୌଣସି ଅପରାଧିକ ମାମଲାରେ ରାଜ୍ୟ ସରକାରଙ୍କ ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ଆସିଲେ ତାହା ଚପାଇ ଦିଆଯାଇବାକୁ ଚେଷ୍ଟା କରାଯାଏ । ମମତା ମେହେର ଭଳି ଅର୍ଚ୍ଚନା ଘଟଣାରେ ମଧ୍ୟ ଲାପଟପ୍ ଓ ମୋବାଇଲର ସତ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ବିଜେଡି ନେତା ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟ କରୁଛନ୍ତି । ଲେଡି ବ୍ଲାକମେଲରଙ୍କ ଫାସରେ ବିଜେଡି ବିଧାୟକ ମନ୍ତ୍ରୀ ଓ ଅଫିସର ଏବଂ କିଛି ବିଜେପି ନେତା ଫସିଛନ୍ତି । ଏହି ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବା ନେଇ ସରକାର ଭୟ କରୁଛନ୍ତି ।'' ତେବେ ଏହି ଘଟଣା କେଉଁ ମୋଡ଼ ନେଉଛି, ତାହା ଉପରେ ରାଜ୍ୟ ବାସୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 14, 2022, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.