ETV Bharat / city

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟର ପଲିଟିକାଲ ଲିଙ୍କ ! ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ବିରୋଧୀ

author img

By

Published : Sep 27, 2022, 9:49 PM IST

Updated : Sep 27, 2022, 10:20 PM IST

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ସେପଟେ ସେ ଜଣେ ରାଜନୈତିକ ବ୍ୟକ୍ତି ହୋଇନଥିବା ବେଳେ କଣ ପାଇଁ ତାଙ୍କୁ ଟିକେଟ ଦିଆଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ସହୁ ମୃତ୍ୟୁରେ ପଲିଟିକାଲ ଲିଙ୍କ ! ମନ୍ତ୍ରୀ ସମୀର ଦାସଙ୍କୁ ଘେରିଲେ ବିରୋଧି

ଭୁବନେଶ୍ବର: ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ଧର୍ମେନ୍ଦ୍ର ରାଜନୈତିକ ବ୍ୟକ୍ତି ହୋଇନଥିବା ବେଳେ ତାଙ୍କୁ କଣ ପାଇଁ ଟିକେଟ ଦିଆଯାଇଥିଲା ବୋଲି ତାଙ୍କ ଶ୍ବଶୁର ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ସନ୍ଦେହ ଘେରକୁ ଆସିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେପଟେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଏନେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟର ପଲିଟିକାଲ ଲିଙ୍କ ! ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ବିରୋଧୀ

ଟିକେଟ କଣ ପାଇଁ ମିଳିଥିଲା ?

ଧର୍ମେନ୍ଦ୍ରଙ୍କ ରାଜନୈତିକ ବିବାଦରୁ ପାରିବାରିକ ଝଡ଼ ଆରମ୍ଭ ହୋଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ରଙ୍କ ଶ୍ବଶୁର । ସେ କହିଥିଲେ, "ତାଙ୍କର କୌଣସି ରାଜନୈତିକ ସଂଗଠନ ନଥିଲା । ତେବେ କଣ ପାଇଁ ତାଙ୍କୁ ଟିକେଟ ମିଳିଲା ସେ କଥା ସମୀର ଦାସ କହି ପାରିବେ । ସେହିଭଳି ନିର୍ବାଚନ ଲଢ଼ିବା ପାଇଁ ସେ ଟଙ୍କା କେଉଁଠୁ ଆଣିଲେ ତାହାର ମଧ୍ୟ ତଦନ୍ତ ହେବା ଉଚିତ ।" ତେବେ ଏନେଇ ସମୀର ଦାସଙ୍କୁ ପଚାରିବାରୁ ସେ ଏହାର ଉତ୍ତର ଦେବା ଜରୁରୀ ନୁହେଁ ବୋଲି କହି ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।

ସେପଟେ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବର ଭିଡ଼ିଓରେ କହିଥିଲେ ରାଜନୈତିକ କାରଣରୁ ତାଙ୍କ ଘରେ ଅଶାନ୍ତି ଲାଗି ରହୁଛି । ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ରଙ୍କୁ ଜିଲ୍ଲା ପରିଷଦ ନିର୍ବାଚନ ଭିତରକୁ ଆଣିଥିବା ବ୍ୟକ୍ତି ଜଣଙ୍କ କିଏ ? ତାଙ୍କୁ ଟିକେଟ ଦେଇଥିବା ବ୍ୟକ୍ତି ବିଶେଷଙ୍କର ନାହିଁ ତ ଏହି ମୃତ୍ୟୁ ସହିତ ସମ୍ପୃକ୍ତି ?

ସମୀର ଦାସଙ୍କ ଇସ୍ତଫା ଦାବିକଲା ବିଜେପି

ଟିକଟ ବଣ୍ଟନ ଦିନ ଠାରୁ ଧର୍ମେନ୍ଦ୍ରଙ୍କ ଘରେ କଳି ଝଗଡା ଲାଗି ରହୁଥିବାଲା । ଏଥିପାଇଁ ବିଜେପି ନେତା ବାବୁ ସିଂ ସିଧାସଳଖ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, "କେଉଁଠି ନା କେଉଁଠି ମନ୍ତ୍ରୀ ସମୀର ଦାସଙ୍କ ନାମ ଏହି ମୃତ୍ୟୁ ପଛରେ ଆସୁଛି । ଧର୍ମେନ୍ଦ୍ରଙ୍କ ପରିବାରରୁ ସିଧା ଏହି ଅଭିଯୋଗ ଆସୁଥିବାରୁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଇସ୍ତଫା ଦେଇଦେବା ଉଚିତ ।"

ଆଗରୁ ମଧ୍ୟ ରାଜନୀତିରେ ଥିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ରଙ୍କର ରାଜନୀତି ସହିତ ସମ୍ପର୍କ ନଥିବା କହିବା ଭୁଲ ହେବ । କାରଣ ପୂର୍ବରୁ ମଧ୍ୟ ସେ କଂଗ୍ରେସ ଟିକେଟରେ ଜିଲ୍ଲା ପରିଷଦ ନିର୍ବାଚନ ଲଢିଥିଲେ । ସେପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଶ୍ବଶୁରଙ୍କ ଏହି ବୟାନ ଗଣଶିକ୍ଷା ମନ୍ତ୍ରୀଙ୍କ ଆଡକୁ ଇସାରା କରୁଛି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଛି । ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ କହିଛନ୍ତି, "ମନ୍ତ୍ରୀ ଆମକୁ ଭୁବନେଶ୍ବର ଡିସିପି ନିରପେକ୍ଷ ତଦନ୍ତ ହେବା ନେଇ କଥା ଦେଇଛନ୍ତି । ନ୍ୟାୟିକ ପ୍ରକ୍ରିୟା ଓ ପୋଲିସ ତଦନ୍ତ ଉପରେ ଆମର ଭରସା ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2022, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.