ETV Bharat / city

ମରୁଡି ସମସ୍ୟା; ବିରୋଧୀଙ୍କ କକ୍ଷ ତ୍ୟାଗ, ସରକାରଙ୍କୁ ତାତ୍ସଲ୍ୟ କଲେ ବିଷ୍ଣୁ

author img

By

Published : Sep 1, 2021, 5:08 PM IST

ମରୁଡି ସଂକ୍ରାନ୍ତରେ କୃଷି ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଅସନ୍ତୁଷ୍ଟ । ମୁଲତବୀ ପ୍ରସଙ୍ଗରେ ଆଲୋଚନା ବେଳେ ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ।ମନ୍ତ୍ରୀଙ୍କ ଉତ୍ତରରେ ଖୁବ୍ଧ ହୋଇ ଗୃହତ୍ୟାଗ କଲେ ବିରୋଧୀ ବିଜେପି । ଅଧିକ ପଢନ୍ତୁ...

Opposition groups called boycott of the assembly on droughts
ମରୁଡି ସମସ୍ୟାକୁ ନେଇ ବିରୋଧୀଙ୍କ କକ୍ଷ ତ୍ୟାଗ,ସରକାରଙ୍କୁ ତାତ୍ସଲ୍ୟ କଲେ ବିଷ୍ଣୁ

ଭୁବନେଶ୍ବର: ମରୁଡି ସମସ୍ୟା ଉପରେ ଆଲୋଚନା ପ୍ରସଙ୍ଗ । ମରୁଡି ସଂକ୍ରାନ୍ତରେ କୃଷି ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଅସନ୍ତୁଷ୍ଟ । ମୁଲତବୀ ପ୍ରସଙ୍ଗରେ ଆଲୋଚନା ବେଳେ ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ । ମନ୍ତ୍ରୀଙ୍କ ଉତ୍ତରରେ ଖୁବ୍ଧ ହୋଇ ଗୃହତ୍ୟାଗ କଲେ ବିରୋଧୀ ବିଜେପି ଓ କଂଗ୍ରେସ । ସରକାର ଗାଁରେ ମଦ ବିକ୍ରି ପାଇଁ ତତ୍ପର, ଚାଷୀଙ୍କ ପରିବା ବିକ୍ରି ପାଇଁ ଚିନ୍ତା ନାହିଁ ବୋଲି କୃଷିମନ୍ତ୍ରୀଙ୍କୁ ତାତ୍ସଲ୍ୟ କଲେ ବିଷ୍ଣୁ ସେଠୀ ।

ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ଭୋଟ ମିଳିଛି, ସରକାରଙ୍କୁ ଲଜ୍ଜ୍ଯା ନାହିଁ । ୨୦୧୯ରେ କୃଷିନୀତିରେ ନାରୀ କବି କୁନ୍ତଳାକୁମାରୀ ସାବତ ଓ ୨୦୨୧ -୨୨ ଗଙ୍ଗାଧର ମେହେରଙ୍କ ପଂକ୍ତି ରଖିଲେ ନିଜ ବିବୃତିରେ । ମରୁଡ଼ି ନେଇ ଏସଆରସି କହିଛନ୍ତି ୫ ଜିଲ୍ଲାରେ ପରିସ୍ଥିତି ସ୍ଵାଭାବିକ, ୧୮ ଜିଲ୍ଲାରେ ନିଅଣ୍ଟିଆ ଓ ୭ ଜିଲ୍ଲାରେ ଉତ୍କଟ ପରିସ୍ଥିତି। ଏହି ପରିସ୍ଥିତି ସୁଧାରିବା ପାଇଁ ମନ୍ତ୍ରୀଙ୍କ ପାଖରେ କଣ ଯୋଜନା ଅଛି ଉତ୍ତର ରଖିବାକୁ ବିଷ୍ଣୁ ଦାବି କରିଥିଲେ । କୋରୋନା ପରିସ୍ଥିତିରେ ଚାଷୀକୂଳ ହତାଶ , ଯେତେ ବଡ ଲୋକ ହୁଅନ୍ତୁ ବା ପ୍ରଭାବଶାଳୀ ଚାଷୀ ଭାସିଗଲେ ଖାଇବାକୁ ମିଳିବନି । ସରକାର ଗାଁରେ ମଦ କିପରି ବିକ୍ରି ହେବ ସେ ନେଇ ତତ୍ପର, ଗାଁ ପୋଟଳ କିପରି ବିକ୍ରିହେବ ସେନେଇ ଚିନ୍ତା ନାହିଁ। ମୁଖ୍ୟମନ୍ତ୍ରୀ ଚାଶୀକୁଳ ପାଇଁ ଯୋଜନା ହାତକୁ ନିଅନ୍ତୁ । ଚାଷ ଓ ଚାଷ ସମ୍ପର୍କିତ ଶିଳ୍ପ ପ୍ରତିଷ୍ଠା ପାଇଁ ଧ୍ୟାନ ଦିଅନ୍ତୁ।

କୃଷି ମନ୍ତ୍ରୀଙ୍କୁ ତାତ୍ସଲ୍ୟ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । କୃଷି ଉପରେ ଗଙ୍ଗାଧର ମେହେରଙ୍କ କିଛି ବାଣୀ କହି ସରକାରଙ୍କୁ ଅଟହାସ୍ୟ କଲେ । ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ପାଇଁ ସରକାର 146 କୋଟି ମଞ୍ଜୁର କଲେ ହେଲେ କେତେ ଦୂର ତାହା କାର୍ଯ୍ୟକାରୀ ହେଲା ବୋଲି ପ୍ରଶ୍ନ କରିଛି ବିଜେପି । ଅନୁଗୁଳ ଜିଲ୍ଲାରେ 1100 ଉଠା ଜଳସେଚନ ପ୍ରକଳ୍ପ ରୁ 200 ଅଚଳ । ସେହିଭଳି ଅନେକ ଜିଲ୍ଲାରେ ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ଫେଲ ମାରିଛି । ଉତ୍କଟ ମରୁଡ଼ି ସ୍ଥିତି ଭଦ୍ରକ ଓ ଯାଜପୁରରେ । ଜଳଭଣ୍ଡାରରେ ଜଳ ଥିଲେ କଣ ହେବ ମାଛକୁଣ୍ଡ, ବାଲିମେଳା, ଅପର କୋଲାବରେ ସମାନ ଅବସ୍ଥା । କେମିତି ଚାଷୀକୂଳ ପୂର୍ବ ଅବସ୍ଥା ଫେରି ପାଇବ ସେ ନେଇ ସରକାର ଠୋସ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ବିଷ୍ଣୁ ।

ଗୃହ ବାହାରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । ମରୁଡ଼ି ପ୍ରସଙ୍ଗରେ ରାଜସ୍ବମନ୍ତ୍ରୀ ଉତ୍ତର ରଖିବା କଥା । ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବା କଥା । କିନ୍ତୁ କେହି ଉପସ୍ଥିତ ରହିଲେନି । ଆମ ପ୍ରଶ୍ନର ଉତ୍ତର ପାଇଲୁନି । ଜଳସେଚନ ପାଇଁ ସରକାରଙ୍କ କୌଣସି ଠୋସ ପଦକ୍ଷେପ ନାହିଁ ।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲା ବିଜେପି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.