ETV Bharat / city

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌: କ୍ଷମତାର ଅପବ୍ୟବହାର କହିଲେ ସୁର

author img

By

Published : Oct 18, 2021, 5:14 PM IST

Updated : Oct 18, 2021, 5:31 PM IST

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ସୁର ରାଉତରାୟ କହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସାହୁକାରଙ୍କ ଘରେ ଚଢାଉ ହେଉ ବୋଲି କହିଛନ୍ତି ଭୃଗୁବକ୍ସି ପାତ୍ର । ଅଧିକ ପଢ଼ନ୍ତୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌: ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । କ୍ଷମତାରେ ରହି ମୁଖ୍ୟମନ୍ତ୍ରୀ ଏହାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ସୁର ରାଉତରାୟ । ସେପଟେ ବିଗତ ବର୍ଷରେ ନବୀନ ସରକାରରେ ଥିବା ନେତାଙ୍କ ଘରେ ମଧ୍ୟ ଲୋକପାଳ ପକ୍ଷରୁ ରେଡ୍‌ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର ।

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌: ପ୍ରତିକ୍ରିୟା ରଖିଲେ ବିରୋଧୀ

ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ପ୍ରତି ଯେଭଳି ବ୍ୟବହାର କରାଯାଉଛି ତାହା ଅନୁଚିତ ବୋଲି ମତ ଦେଇଛନ୍ତି ସୁର ରାଉତରାୟ । ନବୀନ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତି ଥିବା ନେଇ ତେରଚ୍ଛା ବାଣ ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ସହଯୋଗୀ ସହାୟତା କଲେନି ବୋଲି ଏବେ ଶତ୍ରୁ ଆଉ ଅଲୋଡ଼ା ହୋଇଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାଣିଶୁଣି ତାଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରାଯାଇ ତାଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ ।

ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର କହିଛନ୍ତି ଯେ, "ଲୋକପାଳ ନିଜ ଅସ୍ତିତ୍ବ ହରାଇ ବସିଛନ୍ତି । ଗୋପାଳପୁର ବିଧାୟକ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ତାଙ୍କ ପାଖରୁ ଅଜସ୍ର ସମ୍ପତି ବାହାରିଲା । 25 ବର୍ଷ କାଳ ଆଉ କେତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ହୋଇ ରହିଥିଲେ । ଏଭଳି 30ରୁ 40 ନେତା ତାଙ୍କ ଦଳରେ ଓ ସରକାରରେ ଅଛନ୍ତି ଓ କ୍ଷମତାକୁ ଉପଭୋଗ କରୁଛନ୍ତି । ସରକାରରେ ଥିବା ନେତା ଶହଶହ କୋଟି ଟଙ୍କା ଆତ୍ମସାତ କରିଛନ୍ତି ।"

ଏଭଳି ନେତାମାନଙ୍କୁ ମଧ୍ୟ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ଉଚିତ । ଲୋକପାଳ ମଧ୍ୟ ନିଜ ଆଡୁ ସହମତି ଦେଇ ନେତାଙ୍କ ଘରେ ରେଡ କରନ୍ତୁ ବୋଲି ବିଜେପି ଦାବି କରିଛି । ପୂର୍ବରୁ ଲୋକପାଳଙ୍କର ଯେଉଁ ଭଳି ଭାବେ ହସ୍ତକ୍ଷେପ ଥିଲା ତାହା ସରକାରଙ୍କୁ ସୁହାଇବା ଭଳି ଥିଲା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର । ଦୀର୍ଘ ୨୩ ଘଣ୍ଟା ଧରି ମାରାଥନ ଚଢ଼ାଉ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନରୁ ଫେରିଛି ଭିଜିଲାନ୍ସ ବିଭାଗ । ପ୍ରଦୀପଙ୍କ ବାସଭବନରେ ଗତକାଲିଠାରୁ ଆରମ୍ଭ କରି ରାତି ସାରା ରେଡ୍ ଚାଲିଥିଲା । ଏହ ସମୟରେ ୨୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଏହାସହ ଜମି କାଗଜପତ୍ର, ଗାଡ଼ି, ଗହଣା, ବ୍ୟାଙ୍କ୍‌ ପାସବୁକ୍‌ ,କ୍ରେଡିଟ ଓ ଡେବିଟ କାର୍ଡ ସମେତ, ଇନ୍ସୁ‌ରାନ୍ସ‌ ବଣ୍ଡ୍‌ ମଧ୍ୟ ଜବତ ହୋଇଛି ।

ବିଧାୟକଙ୍କ ବାସଭବନ ସମେତ ୧୫ଟି ସ୍ଥାନରେ ଚଡ଼ାଉ ହୋଇଥିବା ବେଳେ ପୂର୍ବରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଥିବା ମୋଟ ୫ କୋଟି ଟଙ୍କାକୁ ନେଇ ଚାଲିଥିଲା ଖୋଳତାଡ଼ । ପ୍ରଦୀପଙ୍କ ଭୁବନେଶ୍ଵର କ୍ଲବ ପଛପଟେ ସରକାରୀ କ୍ବାର୍ଟରରେ ମଧ୍ୟ ରେଡ କରିଥିଲା ଟିମ୍ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 18, 2021, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.