ETV Bharat / city

ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ମିଳିତ ଆକ୍ରମଣ - Opposition leader

ଯୋଗାଣ ବିଭାଗର ଟୋକନ ବ୍ୟବସ୍ଥାକୁ ନେଇ ଗୁରୁବାର ଶୁନ୍ୟକାଳରେ ପୁଣିଥରେ ବିରୋଧୀ ମିଳିତ ଭାବେ ଆକ୍ରମଣ କରିଛନ୍ତି । କଣ କହିଲେ ବିରୋଧୀ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Opposition leader
Opposition leader
author img

By

Published : Mar 12, 2020, 4:10 PM IST

ଭୁବନେଶ୍ବର: ଖରିପ ଋତୁ ଶେଷ ହୋଇ ରବିଚାଷ ପାଇଁ ଚାଷୀ ପ୍ରସ୍ତୁତ ହେଲାଣୀ । କିନ୍ତୁ ଖରିପ ଋତୁରେ ଚାଷୀ କରିଥିବା ଧାନ ଅମଳ ବର୍ତ୍ତମାନ ଯାଏଁ ସରକାର କିଣି ପାରିନାହାଁନ୍ତି । ଯଦିଓ ସରକାର ପୂର୍ବରୁ କହିଛନ୍ତି ମାର୍ଚ୍ଚ 31 ସୁଦ୍ଧା ସମସ୍ତ ଧାନ କ୍ରୟ କରିବେ ହେଲେ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଚାଷୀ ତଳିତଳାନ୍ତ ହେଲେଣି ।

ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ମିଳିତ ଆକ୍ରମଣ

ଚାଷୀ ଧାନ ଅମଳ କରିଛି । କିନ୍ତୁ ବିକ୍ରି କରିପାରୁନାହିଁ । ଯୋଗାଣ ବିଭାଗର ଟୋକନ ବ୍ୟବସ୍ଥା କୁ ଚାଷୀ ବିରୋଧ କରିଆସୁଛନ୍ତି । ହେଲେ ସରକାର ଚାଷୀଙ୍କ ଉପରେ ବଳପୂର୍ବକୁ ଟୋକନ ବ୍ୟବସ୍ଥା ଲଦି ଦେଇଛନ୍ତି । ଯଦ୍ବାରା ଚାଷୀ ବଳଶାଳୀ ହେବା ପରିବର୍ତ୍ତେ ଏବେ ଚିନ୍ତାରେ । ସେଥିରେ ପୁଣି ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ସରକାର ଚାଷୀଙ୍କ ସହ ଆଉ ଖେଳନ୍ତୁ ନାହିଁ । ନଚେତ ସ୍ଥିତ ସଂଗୀନ ହୋଇପଡିବ । ଏଭଳି ଭାବେ ଗୁରୁବାର ଶୁନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସରକାରଙ୍କୁ ଆକ୍ରମଣ କରିଥିଲେ ।

ବିରୋଧୀ ଦଳନେତାଙ୍କ ପ୍ରସଙ୍ଗକୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ନରସିଂହ କହିଥିଲେ ବଲାଙ୍ଗୀର ଜିଲ୍ଲାରେ ଅଣଜଳସେଚିତ ଜମିରେ ଏକର ପିଛା ଚାଷୀ 13 କୁଇଣ୍ଟାଲ ଲେଖାଏଁ ଧାନ ସଂଗ୍ରହ କରୁଛନ୍ତି । ଜଳସେଚିତ ଅଞ୍ଚଳରୁ ଏକର ପିଛା 19 କୁଇଣ୍ଟାଲ ଲେଖାଏଁ ଧାନ ସଂଗ୍ରହ ହେବା କଥା। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ତାହା ହେଉନାହିଁ ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.