ETV Bharat / city

କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା - କୋଟିଆ ପ୍ରସଙ୍ଗ

ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଓ କୋଟିଆରେ ଦେଖା ଦେଇଥିବା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

author img

By

Published : Feb 17, 2021, 2:10 PM IST

Updated : Feb 17, 2021, 2:27 PM IST

ଭୁବନେଶ୍ବର: କୋଟିଆ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଚିଠିରେ ପ୍ରଦୀପ୍ତ ଲେଖିଛନ୍ତି ଯେ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳର ସମସ୍ୟା ବିଷୟରେ କହିବାକୁ ଦୁଃଖ ଲାଗୁଛି । ବର୍ତ୍ତମାନ ଆମ ରାଜ୍ୟର ସାର୍ବଭୌମ୍ୟତା ଉପରେ ପ୍ରଶ୍ନ ଉଠୁଛି। ଆମର ସୀମା ଭିତରେ ରାଜ୍ୟର ବାସିନ୍ଦା । ସେମାନେ ୪ ଦିନ ତଳେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି । ଏହାଠାରୁ ବଡ ଚିନ୍ତାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ କଥା ରାଜ୍ୟ ପାଇଁ କିଛି ନ ହୋଇପାରେ ।

କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା
କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଆମ ରାଜ୍ୟର ସୀମା ଭିତରେ ଥିବା ଅଞ୍ଚଳରେ ଆନ୍ଧ୍ର ଭାତ ବାଣ୍ଟୁଛି, ପିଲାଙ୍କ ପାଇଁ ସ୍କୁଲ ଖୋଲି ପାଠ ପଢ଼ାଇଛି, ବିଜୁଳି ଦେଇ ବିଲ୍‌ ଆଦାୟ କରୁଛି । ୧୯୩୬ ମସିହାରେ ଆମର ପୂର୍ବପୁରୁଷମାନେ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଗଠନ କରି ଓଡ଼ିଆ ଜାତୀୟତାବାଦର ଯେଉଁ ଗୌରବମୟ ବାର୍ତ୍ତା ଦେଇଥିଲେ ତାହା ଉପରେ ଆଜି ଅଙ୍କୁଶ ଲାଗିଛି ।

ଆପଣ ଜାଣିଥିବେ ମୁଁ ଏବଂ ଆମର ଏକ ପ୍ରତିନିଧି ଦଳ ଓଡିଶାର ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିଥିଲୁ । ଯେଉଁ ଯେଉଁ ସ୍ଥାନରେ ଆନ୍ଧ୍ର ଏପରି କରିବା ପାଇଁ ଚକ୍ରାନ୍ତ କରିଛି ସେହି ଅଞ୍ଚଳ ବୁଲି ଦେଖିଛୁ । ସ୍ଥାନୀୟ ଲୋକଙ୍କ ସହିତ କଥା ହେବା ସହ ଅଞ୍ଚଳରେ ଥିବା ସମସ୍ୟାକୁ ବୁଝିବାପାଇଁ ଚେଷ୍ଟା କରିଥିଲୁ । ଯେଉଁ ଲୋକମାନେ କାହିଁକି ଯେଉଁ ଲୋକମାନେ ଦିନେ ନିଜକୁ ଓରିଶାର ବୋଲି ଗର୍ବ କରୁଥିଲେ ସେମାନେ କାହିଁକି ଆମେ ସାମିଲ ହେବାକୁ ଚାହୁଁଛନ୍ତି ତାହା ଉପରେ ଅନୁସନ୍ଧାନ କରିଥିଲୁ । ଯେଉଁମାନେ ଦିନେ ଓଡିଶାକୁ ନେଇ ଗର୍ବ କରୁଥିଲେ ସେମାନେ କାହିଁ ଆନ୍ଧ୍ର ସହ ମିଶିବାକୁ ଚାହୁଁଛନ୍ତି ତାହାକୁ ନେଇ ପଚାରି ବୁଝିଥିଲେ ବିରୋଧୀଦଳ ନେତା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 17, 2021, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.