ETV Bharat / city

ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

author img

By

Published : May 5, 2021, 8:51 PM IST

Updated : May 5, 2021, 10:40 PM IST

ଭେଣ୍ଟିଲେଟରରେ ଅଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ । ଏପ୍ରିଲ 19 ତାରିଖର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବିରୋଧୀ ଦଳ ନେତା ।

ଭେଣ୍ଟିଲେଟରରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତାଙ୍କୁ ଆଜି(ବୁଧବାର) ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଏମ୍ସର ସ୍ବତନ୍ତ୍ର ଡ଼ାକ୍ତରୀ ଦଳ ପ୍ରଦୀପ୍ତ ନାୟକଙ୍କ ଚିକିତ୍ସା କରୁଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଡାକ୍ତର ଟିମ ଗଠନ କରାଯାଇ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଉଛି । ଏମ୍ସ ଡାକ୍ତରୀ ଦଳଙ୍କ ସୂଚନା ଅନୁଯାୟୀ ସମସ୍ତ ଚେଷ୍ଟା ସତ୍ତ୍ବେ ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସୁନାହିଁ । ଏଥିପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମତ ଦେଇଛନ୍ତି ଡାକ୍ତରୀ ଦଳ । ତେବେ ଏନେଇ ପରବର୍ତ୍ତୀ ନିଷ୍ପତ୍ତି ସରକାର ନେବେ ।

ଏପ୍ରିଲ 19 ତାରିଖରେ କୋଭିଡ ପିଜିଟିଭ ହୋଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏନେଇ ଟ୍ବିଟ୍ କରି ସେ ସୂଚନା ଦେଇଥିଲେ । କୋରୋନା ସଂକ୍ରମିତ ହେବାପରେ ପ୍ରଥମ କିଛି ଦିନ ହୋମ ଆଇସୋଲେସନରେ ଥିଲେ ପ୍ରଦୀପ୍ତ । ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । 26 ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ପୂର୍ବାହ୍ନରେ ପ୍ରଦୀପ୍ତ ସ୍ବାସ୍ଥ୍ୟ ହଠାତ୍ ବିଗିଡ଼ିବାରେ ଲାଗିଥିଲା ।

ତେଣୁ ତାଙ୍କୁ ଅପରାହ୍ନରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ କୁହାଯାଇଛି । ତେବେ କୋଭିଡ ଯୋଗୁଁ ତାଙ୍କ ଫୁସଫୁସ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ସେପଟେ ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ଗଠନ କରି ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଦୀପ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : May 5, 2021, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.