ETV Bharat / city

‘ବିଧାୟକ ସୁବାଷ ପାଣିଗ୍ରାହୀ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ’

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

author img

By

Published : Mar 15, 2021, 12:39 PM IST

ପ୍ରଦୀପ୍ତ ନାୟକ
ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଅଡି ବସିଥିବାବେଳେ ବିଜେପି ଏହାର ଜବାବ ଦେଇଛି । ବିଧାୟକ ସୁବାଷ ପାଣିଗ୍ରାହୀ ନୁହଁନ୍ତି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ପ୍ରଦୀପ୍ତ ନାୟକ

ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଡେ ଯାଉଛନ୍ତି । ମନ୍ତ୍ରୀମାନେ ଚାରିଆଡେ ଯାଉଛନ୍ତି । କିନ୍ତୁ ବିଧାନସଭା ଆସୁନାହାଁନ୍ତି ଦର୍ଶାଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି । ପୁରୀ, ନୂଆପଡା, ସୁନ୍ଦରଗଡ ଯାଉଛନ୍ତି, କୋରୋନା ହେଉନି । ବିଧାନସଭା ଆସିଲେ କୋରୋନା ହେଇଯିବ । କାହା ଘରେ ବସି ବିଧାନସଭା ଚାଲେନି । ନୂଆପଡା ଯାଇ ବାଟରେ ମନ୍ତ୍ରୀ ବରା ଖାଇବେ । କୋରୋନା ହେଲାନି । ବିଧାନସଭା ଆସିଲେ କୋରୋନା ହୋଇଯିବ କି ବୋଲି ବିରୋଧୀଦଳ ନେତା କହିଛନ୍ତି ।

ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ । ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ । କଣ୍ଟିଜେନ ଫଣ୍ଡରୁ କାଳିଆ ଟଙ୍କା ବାଣ୍ଟିଛନ୍ତି । ଧାନ କିଣିପାରିବେନି । ରାଜ୍ୟସରକାର କେବଳ ବାହାନା କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ସେହିପରି କଂଗ୍ରେସ ପାଖରେ ଶବ୍ଦ ନାହିଁ । ସାଧାରଣ ଲୋକଙ୍କୁ ନେଇ ରାଜନୀତି କରୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.