ETV Bharat / city

କୋଭିଡ ଯୋଦ୍ଧାଙ୍କ ସମର୍ଥନରେ ପ୍ରଦୀପ୍ତ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

author img

By

Published : Dec 15, 2020, 12:50 PM IST

ଏଏନଏମ ନର୍ସିଂ ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

କୋଭିଡ ଯୋଦ୍ଧାଙ୍କ ସମର୍ଥନରେ ପ୍ରଦୀପ୍ତ
କୋଭିଡ ଯୋଦ୍ଧାଙ୍କ ସମର୍ଥନରେ ପ୍ରଦୀପ୍ତ

ଭୁବନେଶ୍ବର: ରାଜରାସ୍ତାରେ ଧାରଣା ଦେଇଥିବା ରାଜ୍ୟର ଏଏନଏମ ନର୍ସିଂ ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ଏଏନଏମ ନର୍ସିଙ୍ଗ ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ନେଇ ଚିଠି

କୋରୋନା ମହାମାରୀ ସମୟରେ ଯେଉଁ ନର୍ସିଂ ସ୍ବାସ୍ଥ୍ୟ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା ସମ୍ଭାଳୁଥିଲେ ସେମାନେ ଆଜି ରାଜରାସ୍ତାରେ ବସିଛନ୍ତି । ସରକାର ସେମାନଙ୍କ ଦାବି ଶୁଣୁନାହାନ୍ତି । ଏବେ ବି କୋରୋନା ମହାମାରୀରୁ ବିଶ୍ବ ମୁକ୍ତ ହୋଇନାହିଁ । ଏପରି ସ୍ଥିତିରେ ରାଜରାସ୍ତାରେ ନର୍ସିଂ ସ୍ବାସ୍ଥ୍ୟକର୍ମୀମାନେ ବସିବା ଚିନ୍ତାଜନକ । ଆଗକୁ ଭ୍ୟାକ୍ସିନେସନ କରାଯିବ । ସେତେବେଳେ ଏହି ସ୍ବାସ୍ଥ୍ୟକର୍ମୀମାନେ ଟିକାକରଣ କରିବାରେ ଲୋକଙ୍କୁ ସେବା ପ୍ରଦାନ କରିବେ ।

ଏଏନଏମ ନର୍ସିଙ୍ଗ ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ନେଇ ଚିଠି ଲେଖିଲେ ପ୍ରଦୀପ୍ତ

ଅନ୍ୟପଟେ ରଜ୍ୟରେ ସରକାରୀ ଡାକ୍ତରଖାନା ମାନଙ୍କରେ ପ୍ରାୟ ଅଧା ନର୍ସିଂ ପଦବୀ ଖାଲି ପଡିଛି । ସରକାର ତାହାକୁ ତୁରନ୍ତ ପୂରଣ କରନ୍ତୁ । ସେହି ସମୟରେ ଯେଉଁମାନେ କୋରୋନା ମୁକାବିଲାରେ ଯୋଦ୍ଧା ସାଜି ଓଡିଶାବାସୀଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ଆଗ୍ରାଧୀକାର ଦିଆଯାଇ ସେମାନଙ୍କ ନିଯୁକ୍ତିକୁ ସୁନିଶ୍ଚିନ୍ତ କରାଯାଉ ।

ଯେହେତୁ ବିଗତ ୧୦ ବର୍ଷ ହେଲାଣି ରାଜ୍ୟରେ ଏଏନଏମ ପଦବୀରେ ନୂଆ ନିଯୁକ୍ତି ହୋଇନାହିଁ, ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ ବୟସ କରାଯାଉ । ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ, ରାଜ୍ୟରେ ଆବଶ୍ୟକୀୟ ସମସ୍ତ ସ୍ବାସ୍ଥ୍ୟକର୍ମୀ, ନର୍ସିଂ ପଦବୀକୁ ପୂରଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ସେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ କୁମାର ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.