ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ପାଇଁ ବିଧାନସଭା ଆସୁନାହାଁନ୍ତି, ସେନେଇ ଆଲୋଚନା କଲେ ବିରୋଧୀ ଦଳ ନେତା। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ବିଧାନସଭା ଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତାହା ପୂର୍ବରୁ ଏକ ସର୍ବଦଳୀୟ ବୈଠକ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ୍ତ ନାୟକ।
ସୂଚନା ଥାଉକି ଧାନ କିଣା ଅବ୍ୟବସ୍ଥା ଓ ଗୃହରେ ସୁପରିଚାଳନାକୁ ନେଇ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ ବିରୋଧୀ ଦଳ ନେତା । ଧାରଣାରତ ବିଜେପି ବିଧାୟକଙ୍କୁ ନବୀନ ନିବାସକୁ ମୁଖ୍ୟମନ୍ତ୍ରୀ ପାଛୋଟି ନେବା ପରେ BJP ବିଧାୟକଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।
ବିଧାନସଭାରେ ଦେବଗଡ ବିଧାୟକ ସୁବଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ଶାସକଦଳ ଓ ବିରୋଧୀଦଳ ମଧ୍ୟରେ ହୋହଲ୍ଲା ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଗୃହରେ କୌଣସି କାର୍ଯ୍ୟହେଉନାହିଁ । ସେପଟେ ଧାନ କିଣା ଅବ୍ୟବସ୍ଥା ଓ ଗୃହର ସୁପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିରୋଧୀଦଳ ନେତା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ