ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗସ୍ତ ନେଇ ବର୍ଷିଲେ ବିରୋଧୀ; ଜବାବ ରଖିଲା ଶାସକ ଦଳ

author img

By

Published : Sep 30, 2021, 9:09 PM IST

Updated : Sep 30, 2021, 9:32 PM IST

ମୁଖ୍ୟମନ୍ତ୍ରୀଙ୍କ ଜାରି ରହିଛି ଜିଲ୍ଲା ଗସ୍ତ । ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ବାଣ୍ଟୁଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ବର୍ତ୍ତମାନ ସୁଦ୍ଧା ୩ଟି ଜିଲ୍ଲା ଗସ୍ତ ଶେଷ ହୋଇଥିବା ବେଳେ ଆଗାମୀ ମାସ ପ୍ରଥମ ସପ୍ତାହରେ ୨ଟି ଜିଲ୍ଲା ଗସ୍ତରେ ଯିବେ ନବୀନ । ଅଧିକ ପଢନ୍ତୁ...

BJD
BJD

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାରି ରହିଛି ଜିଲ୍ଲା ଗସ୍ତ । ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ବାଣ୍ଟୁଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ବର୍ତ୍ତମାନ ସୁଦ୍ଧା ୩ ଟି ଜିଲ୍ଲା ଗସ୍ତ ଶେଷ ହୋଇଥିବା ବେଳେ ଏବେ ଆଗାମୀ ମାସ ପ୍ରଥମ ସପ୍ତାହରେ ୨ ଟି ଜିଲ୍ଲା ଗସ୍ତରେ ଯିବେ ନବୀନ । ଏହାକୁ ନେଇ ଏବେ ବିରୋଧୀ ଶାସକ ମୁହାଁମୁହିଁ ଅବସ୍ଥାରେ ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗସ୍ତ ନେଇ ବର୍ଷିଲେ ବିରୋଧୀ; ଜବାବ ରଖିଲା ଶାସକ ଦଳ

ସରକାର ପ୍ରତି ଲୋକଙ୍କ ଆସ୍ଥା ତୁଟିଗଲାଣି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ସ୍ବାସ୍ଥ୍ୟାବସ୍ଥାର ନଗ୍ନ ଚିତ୍ର ସମସ୍ତେ ଦେଖୁଛନ୍ତି । ହସ୍ପିଟାଲ ଗୁଡିକରେ ଡାକ୍ତର ନାହାଁନ୍ତି । ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ସବୁ କ୍ଷେତ୍ରରେ ଅବ୍ୟବସ୍ଥା । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ସରକାରଙ୍କୁ ଉଚ୍ଚିତ ଜବାବ ଦେବେ । ତା ପୂର୍ବରୁ ବିଜେଡି ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଏତେ ସବୁ ମିଛ ନାଟକ କରୁଛି । ଏମିତି କହି ଆଜି ଶାସକ ଦଳ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ।

ପ୍ରଦୀପ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ ଯୋଜନା ଏକ ଫ୍ଲୋପ ଶୋ । ପୁଣି ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ସ୍ବାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର । ଏଥିରେ ଲୋକେ କେତେ ସୁବିଧା ପାଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି । ସ୍ମାର୍ଟ କାର୍ଡରେ କେତେ ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ସରକାର କହିପାରିବେ କି ? କେବଳ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜ ଦଳର ଭୋଟ ବ୍ୟାଙ୍କ ସଜାଡିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରୀ ଗସ୍ତ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗସ୍ତକୁ ନେଇ ପ୍ରଦୀପ ପ୍ରଶ୍ନ ଉଠାଇବା ସହ କାହିଁକି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ପବିତ୍ର ବିଧାନସଭା ଆସିଲେ ନାହିଁ ବୋଲି ପଚାରିଛନ୍ତି । ଶାସକ ଦଳର କୌଣସି ଉଦ୍ୟମ କାମ କରିବ ନାହିଁ, ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତ ଥର ଠାରୁ ବିଜେପି ଅଧିକ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରଦୀପ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ତେର୍ଛା ବାଣ ମାରିଛି କଂଗ୍ରେସ । ୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ଦୂରେଇ ରହିଥିଲେ । ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଲୋକଙ୍କ କଥା ମନେ ପଡିଲା । ଦଳ କରିଥିବା ସର୍ଭେ ଅନୁସାରେ ବ୍ୟାପକ କ୍ଷତି ସହିବାର ଆଶଙ୍କା ରହିଛି । ସେହି କ୍ଷତି ଭରଣା ପାଇଁ ଏବେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରୁଛନ୍ତି । ଲୋକେ ସ୍ବାସ୍ଥ୍ୟ ସେବା ନପାଇ ତ୍ରାହି ତ୍ରାହି ଡାକୁଛନ୍ତି । ସରକାର ମିଛ ପ୍ରଚାର ଚଳାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ । ଯଦି ସତରେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି, ତେବେ ଆଜି ଘୋଷଣା କରନ୍ତୁ ଯଦି କେହି ଏଯାଏଁ ସ୍ମାର୍ଟକାର୍ଡ ପାଇନାହାଁନ୍ତି ସେମାନେ ମଧ୍ୟ ଚିକିତ୍ସା ସୁବିଧା ପାଇବେ ବୋଲି ସରକାର କୁହନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଅନ୍ୟପଟେ ବିଜେପି କଂଗ୍ରେସର ଅଭିଯୋଗ ପରେ ପାଲଟା ଆକ୍ରମଣ କରିଛି ଶାସକ ବିଜେଡି । ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବା ପ୍ରତି ମୁଖ୍ୟମନ୍ତ୍ରୀ ବେଶ ସଚେତନ ଅଛନ୍ତି । ସେଥିପାଇଁ ଏକ ଅଭିନବ ଯୋଜନା କରିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 30, 2021, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.