ETV Bharat / city

ପ୍ରବାସୀ ଓଡିଆଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Jul 4, 2020, 7:20 PM IST

ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଠିଲା ପ୍ରବାସୀ ଓଡ଼ିଆଙ୍କ ରୋଜଗାର ପ୍ରସଙ୍ଗ । କମିଟି ପକ୍ଷରୁ ଆୟୋଜିତ ବୈଠକରେ ଦାଦନ ଶ୍ରମିକଙ୍କ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ଜବାବର ଉତ୍ତର ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ଅଧିକ ପଢନ୍ତୁ...

Opposition group targets state govt
ପ୍ରବାସୀ ଓଡ଼ିଆଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଠିଲା ପ୍ରବାସୀ ଓଡ଼ିଆଙ୍କ ରୋଜଗାର ପ୍ରସଙ୍ଗ । କମିଟି ପକ୍ଷରୁ ଆୟୋଜିତ ବୈଠକରେ ଦାଦନ ଶ୍ରମିକଙ୍କ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଯେ ଏ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀ ଉତ୍ତର ରଖିପାରିନାହାନ୍ତି । ଦାଦନ ଶ୍ରମିକ ପ୍ରବଣ 4ଟି ଜିଲ୍ଲାର 20ଟି ବ୍ଳକରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରବାସୀ ଦାଦନ ଶ୍ରମିକମାନେ ମେ ମାସରୁ ଫେରି କ୍ବାରେନଣ୍ଟାଇନରେ ରହି 2 ହଜାର ଟଙ୍କା ପାଇଥିଲେ ମଧ୍ୟ ସେମାନଙ୍କୁ ଏଯାବତ୍ ମନରେଗା ଯୋଜନାରେ କାମ ମିଳିନାହିଁ । ମନରେଗା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ଚାଲିଛି । ଟିଏମସି ସେଣ୍ଟରରେ ବ୍ୟବସ୍ଥା ସାଂଘାତିକ ବୋଲି ସେ କମିଟି ଆଗରେ କହିଥିବା ଜଣାଇଛନ୍ତି । ଏହାସହ ସରପଞ୍ଚମାନେ ପଞ୍ଚାୟତ ସ୍ତରରେ ଖାଇବାକୁ ଦେଇଥିଲେ ମଧ୍ୟ ସେମାନେ ନିଜ ପ୍ରାପ୍ୟ ପାଇନାହାନ୍ତି । ଏଥିପାଇଁ ସରପଞ୍ଚମାନେ ଧାର କରଜ କରି ନୟାନ୍ତ ହୋଇଛନ୍ତି । ତେବେ ପ୍ରବାସୀ ଦାଦନ ଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦିଆଯାଉ ।

ସେପଟେ ବିଜେପି ମଧ୍ୟ ସରକାରଙ୍କୁ ପ୍ରବାସୀଙ୍କ ସମସ୍ୟାକୁ ନେଇ ଟାର୍ଗେଟ କରିଛି । ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଦେଇଥିବା କୌଣସି ବି ପ୍ରତିଶ୍ରୁତି ପାଳନ କରିନାହାନ୍ତି । ପ୍ରଥମେ ଶ୍ରମିକମାନଙ୍କୁ କ୍ବାରେନଣ୍ଟାଇନ ଅବଧି ସାରିବା ପରେ 2 ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ମଧ୍ୟ ନିଜ ଘୋଷଣାକୁ ରଖିନାହାନ୍ତି । ଏପରିକି ସେମାନଙ୍କୁ ମନରେଗାରେ କାର୍ଯ୍ୟ ଦେବାକୁ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ବରାଦ କରିଥିବାବେଳେ ରାଜ୍ୟରେ ମେସିନରେ କାମ ହେଉଛି । ରାଜ୍ୟ ସରକାର ପ୍ରବାସୀ ଦାଦନଙ୍କୁ କାମ ଦେବେ କଣ ମେସିନ ଦ୍ବାରା କରୁଛନ୍ତି । ତେଣୁ ଏ ସମ୍ପର୍କରେ ରାଜ୍ୟ ସରକାର ନିଜର ନୀତି ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ।

ସେପଟେ ବିରୋଧୀଙ୍କ ଟାର୍ଗେଟର ଜବାବ ରଖିଛି ବିଜେଡି । ବିଜେଡି ନେତା ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ଯେ, ପଞ୍ଚାୟତିରାଜ ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା । ଓଡ଼ିଶାର ଫେରିଥିବା ପ୍ରବାସୀଙ୍କୁ ମନରେଗା ଜରିଆରେ କାମ ଦିଆଯିବା ନେଇ ଆଲୋଚନା ହୋଇଛି । 10 କୋଟି ଶ୍ରମ ଦିବସ ସୃଷ୍ଟି ହୋଇଛି । 20 କୋଟି ଶ୍ରମ ଦିବସ ପାଇଁ ଟାର୍ଗେଟ ରହିଛି । ଘର ପିଛା 48 ଦିନ କାମ ଦିଆଯାଉଛି । 1 ଲକ୍ଷ 61 ପରିବାରକୁ 100 ଦିନିଆ କାମ ପାଇଁ 2841 କୋଟି ଖର୍ଚ୍ଚ ହୋଇଛି । ପାଉଣା ବାବଦରେ 1951.93 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସଂଯୋଜନା ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଜଙ୍ଗଲ ବିଭାଗ ସହ କାମ ଯୋଗାଇବାକୁ ଆଲୋଚନା ହୋଇଛି । ଯେଉଁମାନେ କାରଖାନାରେ କାମ କରୁଥିଲେ, ସେମାନେ ହୁଏତ ଏହି କାମରେ ମନ ଲଗାଇବେ ନାହିଁ । ଦ୍ବିତୀୟ ପର୍ଯ୍ୟାୟରେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ଟାର୍ଗେଟ ରହିଛି । କୋରୋନା ମହାମାରୀ ପାଇଁ ଓଡ଼ିଶା ଫେରିଥିବା 59 ହଜାର ଲୋକ କୋଲକାତା ଫେରିଯାଇଛନ୍ତି । ସେମାନେ ଆଉ ଓଡ଼ିଶା ଆସିବାକୁ ଚାହୁଁନାହାନ୍ତି । ଓଡ଼ିଶାରୁ 70 ପ୍ରତିଶତ ସ୍ଥାୟୀ କର୍ମଚାରୀ ମଧ୍ୟ ଫେରିଛନ୍ତି । ଅନ୍ୟମାନେ ସ୍ଥିତି ଠିକ ହେବାକୁ ଅପେକ୍ଷା କରିଛନ୍ତି ।

ସେହିପରି ଦାଦନ ପ୍ରବଣ 4ଟି ଜିଲ୍ଲାର 20ଟି ବ୍ଲକରେ ପ୍ରବାସୀ କଥା ଉଲ୍ଲେଖ କରିଥିଲେ ସାଲୁଜା । ଦାଦନମାନଙ୍କୁ କାମ ଓ ସ୍ବତନ୍ତ୍ର ମନିଟରିଂ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି । ଏପଟେ ପିଏମଜିଏସୱାଇର 2ଟି ପର୍ଯ୍ୟାୟରେ କାମ ସରିଛି । ତୃତୀୟ ପର୍ଯ୍ୟାୟରେ 10ହଜାର କିଲୋମିଟର ରାସ୍ତା କାମ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାସହ ସରପଞ୍ଚମାନଙ୍କୁ 273 କୋଟି ପଠାଯାଇଛି । 113 କୋଟି ଖାଦ୍ୟ ଓ ବାକି 160 କୋଟି ଭିତ୍ତିଭୂମି ପାଇଁ ଦିଆଯାଇଛି ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.