ETV Bharat / city

ଓବିସିଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ, ନାପସନ୍ଦ କରୁଛନ୍ତି ବିରୋଧୀ

author img

By

Published : Dec 27, 2021, 10:49 PM IST

ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ୪୦ ପ୍ରତିଶତ ସଂରକ୍ଷଣ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତି ନେବାପରେ ବିରୋଧୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଅଧିକ ପଢ଼ନ୍ତୁ

ଓବିସିଙ୍କ ପାଇଁ ୪୦ ସରଂକ୍ଷଣ ପ୍ରସଙ୍ଗ, ନାପସନ୍ଦ କରୁଛନ୍ତି ବିରୋଧୀ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ୪୦ ପ୍ରତିଶତ ସରଂକ୍ଷଣ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସମର୍ଥନ ଦେଉନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବାକୁ ଅଣ୍ଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ । ହେଲେ ରାଜ୍ୟ ସରକାର ଓବିସି ସଂରକ୍ଷଣକୁ ନେଇ ନିଷ୍ପତ୍ତି ନେବାପରେ ବିରୋଧୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।

ପଞ୍ଚାୟତ ଦଖଲ ନେଇ ପ୍ରାକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ୨୦୧୭ ପଞ୍ଚାୟତରେ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିବା ବିଜେପି ଶିବିରରେ ବୈଠକ ପରେ ବୈଠକ ହେଉଛି । ସୁଶାସନ ସପ୍ତାହରେ ବିଜେଡି ଓ କଂଗ୍ରେସକୁ ମାତ୍‌ ଦେବାକୁ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ । ପ୍ରତି ବୁଥ୍‌ରେ ଭଲ ସ୍ଥିତିରେ ରହି ବିଜୟୀ ହେବା ରହିଛି ଦଳର ମୂଳ ଲକ୍ଷ୍ୟ । ଏଥର କେବଳ ରାଜ୍ୟସ୍ତରରେ ମାନିଫେଷ୍ଟୋ ହେବନି, ବରଂ ଜିଲ୍ଲାସ୍ତରରେ ବି ଏହା ପ୍ରସ୍ତୁତ ହେବ । ପୋଷ୍ଟର ଓ ବ୍ୟାନରରେ ବି କେଉଁ କଥାକୁ ଦର୍ଶାଯିବ, କେଉଁ ପ୍ରସଙ୍ଗ ଜନମତକୁ ଆନ୍ଦୋଳିତ କରିବ, ସେଦିଗରେ ବିସ୍ତୃତ ଆଲୋଚନା ହୋଇଛି । ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଓବିସି ସଂରକ୍ଷଣ ନୀତିକୁ ନାପସନ୍ଦ କରିଛି ।

ସେପଟେ ପଞ୍ଚାୟତ ନିର୍ବାଚନରେ ସବୁବର୍ଗକୁ ଉଚିତ୍‌ ପ୍ରାଧାନ୍ୟ ଦେଇ ନିଜର ବିଜୟ ରଥ ଆଗେଇନେବ ବୋଲି ଦୃଢ଼ୋକ୍ତି ଦେଇଛି ବିଜେଡି । ଓବିସିଙ୍କୁ ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ସଂରକ୍ଷଣ ବି ଦେବ । ନବୀନଙ୍କ ନେତୃତ୍ୱ ଓ ବିଜେଡି ଉପରେ ଜନମତ ବଢିବାରେ ଲାଗିଥିବା କଥା କହିଛନ୍ତି ସାଂସଦ ସୁବାଷ ସିଂହ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.