ETV Bharat / city

Odisha assembly: ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳୁ - ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ କଟକଣା ନେଇ ଗର୍ଜିଲେ ବିରୋଧୀ

ପୁଣି ଥରେ ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ନେଇ ଗୃହରେ ଉଠିଲା ଦାବି । କାହିଁକି ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ସେନେଇ ଆଜି ଶୂନ୍ୟକାଳରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଅଧିକ ପଢନ୍ତୁ

v ଲୋକସେବା
ଲୋକସେବା
author img

By

Published : Mar 31, 2022, 10:05 PM IST

ଭୁବନେଶ୍ବର: ପୁଣି ଥରେ ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ନେଇ ଗୃହରେ ଉଠିଲା ଦାବି । କାହିଁକି ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ସେନେଇ ଆଜି ଶୂନ୍ୟକାଳରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ।

ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳୁ

ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେଡି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି। ସାଧାରଣ ଲୋକେ ସଚେତନ ହେବ ଦରକାର। ଗଣମାଧ୍ୟମକୁ ଜାଣିଶୁଣି ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦେଉନାହାଁନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି ସରକାର ବୋଧହୁଏ ଜାଣିଛନ୍ତି ସାମ୍ବାଦିକ ଲୋକସେବା ଭବନକୁ ପ୍ରବେଶ କଲେ ସରକାରଙ୍କ ମୁଖା ଖୋଲିଯିବ । ସେଇ ଭୟରେ ସରକାର ଜାଣିଶୁଣି ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ସାମ୍ବାଦିକଙ୍କ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନା କରି ନରସିଂହ କହିଛନ୍ତି ସାମ୍ବାଦିକ ମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଓ ବିଧାନସଭା ଲବିକୁ ଆସନ୍ତି । ହେଲେ ଏହି ସରକାର ତାହାକୁ ମଧ୍ୟ କଟକଣା ଲଗାଇଛନ୍ତି । 2 ବର୍ଷ ହେଲା ଦାବି କରୁଛି । ଆଜି ମଧ୍ୟ ଦାବି କରିଛି । ବାଚସ୍ପତି କଣ ନିଷ୍ପତ୍ତି ନେଉଛନ୍ତି, ଅପେକ୍ଷା କରିଛୁ ବୋଲି କହିଛନ୍ତି ନରସିଂହ ।

ସେହିଭଳି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ବିଧାନସଭା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ପ୍ରବେଶ କରାଇ ନଦେବା ଦୁର୍ଭାଗ୍ୟ ଜନକ । ଏକଥା ଆମେ ସର୍ବଦଳୀୟ ବୈଠକରେ ମଧ୍ୟ ଉପସ୍ଥାପନା କରିଛୁ । ହେଲେ ସରକାର କୌଣସି ଚାପରେ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉନାହାଁନ୍ତି ।

ଅନ୍ୟପଟେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି କୋଭିଡ ଭୟାବହତାକୁ ନଜରରେ ରଖି କଟକଣା କରାଯାଇଥିଲା । ମହାମାରୀ ଆଇନ ମଧ୍ୟ ପ୍ରତ୍ୟାହାର ହୋଇଛି । ନିଶ୍ଚିତ ଭାବରେ ସାମ୍ବାଦିକମାନେ ଗୃହ ମଧ୍ୟକୁ ଆସିବାର ଆବଶ୍ୟକତା ରହିଛି। ମୁଁ ଆଶା କରୁଛି ଖୁବଶୀଘ୍ର ଏହାର ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.