ETV Bharat / city

ହୀରାକୁଦ ଡ୍ୟାମ ଫାଉଣ୍ଡେସନରେ ଫାଟ, ଆସୁଛି କି ବଡ ବିପଦ, ସରକାରଙ୍କୁ ଘେରିଲେ ବିରୋଧୀ - ହୀରାକୁଦ ଡ୍ୟାମ୍‌ ସୁରକ୍ଷା

ବିଶ୍ବର ଦୀର୍ଘତମ ମାଟିବନ୍ଧ ତଥା ବିଶ୍ବର ଚତୁର୍ଥ ବିଶାଳ ନଦୀବନ୍ଧ ପରିଯୋଜନା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି(crack in Hirakud Dam) । ଯାହାଫଳରେ ହୀରାକୁଦ ଡ୍ୟାମ୍‌ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

oppostion asks clarification regarding crack in Hirakud Dam as per report by Dam safety chief engineer
ହୀରାକୁଦ ଡ୍ୟାମ ଫାଉଣ୍ଡେସନରେ ଫାଟ, ନଜର ଦେବେ କି ସରକାର
author img

By

Published : Aug 24, 2022, 7:30 PM IST

Updated : Aug 24, 2022, 8:33 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ମୁଖ୍ୟ ମାଧ୍ୟମ ସାଜିଛି ହୀରାକୁଦ ଡ୍ୟାମ୍‌ (crack in Hirakud Dam) । ବିଶ୍ବର ଏହି ଦୀର୍ଘତମ ମାଟିବନ୍ଧ ତଥା ବିଶ୍ବର ଚତୁର୍ଥ ବିଶାଳ ନଦୀବନ୍ଧ ପରିଯୋଜନା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମ୍‌ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ନଦୀବନ୍ଧର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହାକୁ (Hirakud Dam condition) ନେଇ ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ସରକାରଙ୍କ ଆଗରେ ଦାବି କରିଛନ୍ତି ବିରୋଧୀ ।

ହୀରାକୁଦ ଡ୍ୟାମ ଫାଉଣ୍ଡେସନରେ ଫାଟ, ନଜର ଦେବେ କି ସରକାର

ହୀରାକୁଦ ଡ୍ୟାମ୍‌ରେ ଫାଟ

ହୀରାକୁଦ ଡ୍ୟାମ ସ୍ପିଲଓ୍ବେରେ ଫାଟ ସୃଷ୍ଟି ହୋଇଥିବା ନେଇ ଚିଠି କରିଛନ୍ତି (safety chief engineer letter for Hirakud ) ଡ୍ୟାମ ସେଫ୍ଟି ଚିଫ ଇଞ୍ଜିନିୟର ଶିବାଶିଷ ପାଢୀ । ମହାନଦୀ ବେସିନ, ବୁର୍ଲାର ଚିଫ୍‌ ଇଞ୍ଜିନିୟର ତଥା ବେସିନ ମ୍ୟାନେଜରଙ୍କୁ ଏହି ଚିଠି କରାଯାଇଛି । ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ରହିଛି ଫାଟ ଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ହୀରାକୁଦ ଡ୍ୟାମ ଫାଉଣ୍ଡେସନରେ ଫାଟ
ହୀରାକୁଦ ଡ୍ୟାମ ଫାଉଣ୍ଡେସନରେ ଫାଟ

ଏହା ବି ପଢ଼ନ୍ତୁ ହୀରାକୁଦ ନଦୀବନ୍ଧକୁ 64 ବର୍ଷ; କେମିତି ଅଛନ୍ତି ବିସ୍ଥାପିତ ?

୨୦୨୦ରେ DSRP ଟିମ୍‌ ଡ୍ୟାମ୍‌ ପରିଦର୍ଶନ କରି ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିବାକୁ ସୁପାରିଶ କରିଥିଲେ । ସାଫ୍ଟ ଗେଟ୍‌ ଓ ସ୍ଲୁଇସ୍‌ ଗେଟ୍‌ର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବ ସ୍ପିଲ୍‌ୱେ ମଧ୍ୟରେ ଫାଟ ରହିଛି । ଏଥିପାଇଁ ଦିଆଯାଇଥିବା ପରାମର୍ଶ ଥିଲା...

  • ସ୍ପିଲ୍‌ୱେ ଡାଉନ୍‌ ଷ୍ଟ୍ରିମ୍‌ରେ କୌଣସି ଫାଟ ସୃଷ୍ଟି ହୋଇଛି କି ନାହିଁ, ତାହା ଡ୍ରୋନ୍‌ ମାଧ୍ୟମରେ ନିରୀକ୍ଷଣ କରିବାକୁ କୁହାଯାଇଥିଲା ।
  • ସ୍ପିଲ୍‌ୱେର ଭିତର ପଟରେ ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ପରାମର୍ଶ ରହିଥିଲା । କାରଣ ଖାଲି ଆଖିରେ ଏହା ନିରକ୍ଷଣ କରିବା ସମ୍ଭବପର ନୁହେଁ ।
  • ଅପରେସନ ଗ୍ୟାଲେରୀରେ ସୃଷ୍ଟି ହୋଇଥିବା ଫାଟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଫାଟର ସ୍ଥିତିକୁ ନେଇ DSRP ଟିମ୍‌ ନିୟମିତ ଅନ୍ତରାଳରେ ଅନୁଧ୍ୟାନ କରିବାକୁ ଥିଲା । ଏହାକୁ ଏକ ସ୍ବତନ୍ତ୍ର ରେକର୍ଡ ରଖା ଯାଇଥିଲା ।
  • ପ୍ରତି ୪ ବର୍ଷରେ ଡ୍ୟାମ୍‌କୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିବାକୁ ପରାମର୍ଶ ଥିଲା । ତେବେ ୧୯୯୯ରୁ କୌଣସି ସ୍ବତନ୍ତ୍ର ସର୍ଭେ ହୋଇନାହିଁ । ପୁରୁଣା ଓ ନୂତନ ଫାଟର ମ୍ୟାପିଂ ହେବା ନିହାତି ଆବଶ୍ୟକ ଥିଲା ।
  • ଡ୍ୟାମ୍‌ର ଡାଉନ୍‌ଷ୍ଟ୍ରିମ୍‌ ମୁଖ ସଠିକ ଢଙ୍ଗରେ ମ୍ୟାପିଂ ହେବା ଆବଶ୍ୟକ । କୌଣସି ବିପଦ ସନ୍ଦେହ ହେଲେ ତଦନୁଯାୟୀ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।
  • ଯେଉଁ ସମୟରେ ମ୍ୟାପିଂ କରଯିବ, ସେହି ସମୟରେ ଫାଉଣ୍ଡେସନ ଗ୍ୟାଲେରୀ ପର୍ଯ୍ୟନ୍ତ ଭିଡିଓଗ୍ରାଫି ହେବ ।

ସ୍ପଷ୍ଟୀକରଣ ମାଗିଲେ ବିରୋଧୀ

ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି (opposition asks clarification On Hirakud Dam crack) । ସେ କହିଛନ୍ତି, "ହୀରାକୁଦ ଡ୍ୟାମ୍‌ରେ ଯଦି ଫାଟ ଆସିଥିବା କଥା ଯଦି ସତ, ତାହାରେ ଆଗକୁ ବଡ଼ ବିପଦ ରହିଛି । ଏହାକୁ ନେଇ ହୀରାକୁଦ ଡ୍ୟାମ ପରିଚାଳନା କରୁଥିବା କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ଚିତ୍ର ଦେଇ ନାହାନ୍ତି । ଯଦି ସତରେ ଫାଟ ସୃଷ୍ଟି ହୋଇଛି ତେବେ ରାଜ୍ୟ ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ଦିଅନ୍ତୁ ।"

ହୀରାକୁଦକୁ ନେଇ ବିଶେଷଜ୍ଞଙ୍କ ମତ

ଡ୍ୟାମ୍‌ ବିଶେଷଜ୍ଞ ରମେଶ ତ୍ରିପାଠୀ ହୀରାକୁଦ ଫାଉଣ୍ଡେସନରେ ଫାଟ ନେଇ ମତ ଦେଇଛନ୍ତି । ସେ କହିଛନ୍ତି, "୧୯୭୦ରୁ ହୀରାକୁଦରେ ଫାଟ ସୃଷ୍ଟି ହେଉଛି । ଏହି ଫାଟ ସୃଷ୍ଟି ହେବା ସ୍ବାଭାବିକ, ତା ସହିତ ଏହି ଫାଟର ମରାମତି ହେବା ମଧ୍ୟ ଜରୁରୀ । ଏହା ଏକ ଗତାନୁଗତ ପ୍ରକ୍ରିୟା ।"

ବଡ ବଡ ବନ୍ୟା ସମୟରେ ଏହି ହୀରାକୁଦ ଡ୍ୟାମ ହିଁ ଜୀବନ ବଞ୍ଚାଇବାରେ ସହାୟକ ହୋଇ ହୋଇ ଆସିଛି । ନିର୍ମାଣର ୬୫ ବର୍ଷ ପରେବି ଓଡ଼ିଶାର ଏଭଳି ଆଉ ଗୋଟିଏ ଡ୍ୟାମ୍‌ ନିର୍ମାଣ ହୋଇ ପାରିନି । ତେଣୁ ଏହି ଡ୍ୟାମର ସୁରକ୍ଷା ଏବେ ଜରୁରୀ ହୋଇପଡିଛି ।

Last Updated : Aug 24, 2022, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.