ETV Bharat / city

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ, ବିଧାନସଭା ସମ୍ମୁଖରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ - ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଶ୍ଵବିଦ୍ୟାଳୟ ଅଧ୍ୟାଦେଶକୁ ଦୃଢ଼ ପ୍ରତିବାଦ କରି ବିଧାନସଭା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କକ
ବିଧାନସଭା ସମ୍ମୁଖରେ ଏବିଭିପିର ପ୍ରଦର୍ଶନ
author img

By

Published : Sep 30, 2020, 5:52 PM IST

ଭୁବନେଶ୍ବର: ରାଜ୍ୟ ସରକାର ନିକଟରେ ଏକ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଆଣିଛନ୍ତି । ଯାହାକୁ ପ୍ରଥମ ଦିନରୁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ମଙ୍ଗଳବାରଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବା ପରେ ଏହି ସ୍ୱରକୁ ଆହୁରି ଶାଣିତ କରିଛି ଏବିଭିପି ।

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ, ବିଧାନସଭା ସମ୍ମୁଖରେ ଏବିଭିପିର ପ୍ରଦର୍ଶନ

ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ କରି ରାଜ୍ୟସରକାର ବିଶ୍ବବିଦ୍ୟାଳୟର ସ୍ୱାୟତତାକୁ ନଷ୍ଟ କରିବା ପାଇଁ ଯୋଜନା କରୁଥିବା ଅଭିଯୋଗ କରିବା ସହ ତାକୁ ତୀବ୍ର ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । ଏହାସହ ଏହି ଅସାମ୍ବିଧାନିକ ଅଧ୍ୟାଦେଶ ବା ବିଲକୁ ପୋଡ଼ି ଦିଆଯାଇଛି । ସରକାର ଏହି ଶିକ୍ଷା ବିରୋଧୀ ଥଇଥାନ ଅନିୟମକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରି ନେଇ ରାଜ୍ୟ ବିଶ୍ଵବିଦ୍ୟାଳୟ ଗୁଡିକରେ ଶିକ୍ଷା ପରିବେଶକୁ ନଷ୍ଟ ନକରିବା ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ସରକାର କୋରୋନା ମହାମାରୀ ସମୟରେ ତରବରିଆ ଭାବେ କୌଣସି ଶିକ୍ଷାବିତ୍ ଓ ଛାତ୍ର ସଂଗଠନ ସହିତ ଚର୍ଚ୍ଚା ବିମର୍ଷ କରିନାହାଁନ୍ତି । ବରଂ ଯେଉଁମାନେ ବିଗତ ଦିନରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ସେଇଭଳି ଭଣ୍ଡ ଶିକ୍ଷାବିତମାନଙ୍କ ପରାମର୍ଶ ନେଇଛନ୍ତି ସରକାର।

ଏହି ପରାମର୍ଶ କ୍ରମେ ଆଇନ ସଂଶୋଧନ ନାମରେ ଯେଉଁଭଳି ବିଶ୍ବ ବିଦ୍ୟାଳୟ ଗୁଡ଼ିକୁ ସରକାରୀ କଳ ଦ୍ବାରା ପରିଚାଳିତ କରିବା ପାଇଁ ନିଷ୍ପତ୍ତି କରିଛନ୍ତି ତାହା ଏକ ନିନ୍ଦନୀୟ ବିଷୟ । ଯାହା ରାଜ୍ୟର ଶିକ୍ଷାବିତ ଓ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଏକ ଆକ୍ରୋଶ ସୃଷ୍ଟି କରିଛି ।ବିଶ୍ବବିଦ୍ୟାଳୟ ଗୁଡିକ ଉପରେ କୂଳପତିଙ୍କ କ୍ଷମତାକୁ ପଙ୍ଗୁ କରିଦେଇ କୁଳପତି ନିଯୁକ୍ତି ଏବଂ ଆର୍ଥିକ ଅଡିଟ (FINANCIAL AUDIT) କୁ ସରକାର ନିଜେ ପରିଚାଳନା କରିବା ପାଇଁ ନିୟମ ପ୍ରଣୟନ କରିବା ସରକାରଙ୍କର ଆର୍ଥିକ କ୍ଷେତ୍ରରେ ଦୁର୍ନୀତି ଓ କୁଳପତି ନିଯୁକ୍ତି କ୍ଷେତ୍ରରେ ନିଜର ଦଳୀୟ ଲୋକମାନଙ୍କୁ ପ୍ରୋତ୍ସାହନ ସ୍ପଷ୍ଟ ବାରିହୋଇ ପଡୁଛି । ସରକାର ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ ଅଣ ଶିକ୍ଷକ ମାନଙ୍କର ନିଯୁକ୍ତିକୁ opsc ଓ SSB ମାଧ୍ୟମରେ କରିବାପାଇଁ ସ୍ଥିର କରି ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି କରିବାର ମାର୍ଗ ସ୍ପଷ୍ଟ କରିଛନ୍ତି ।

ବିଦ୍ୟାଳୟ ଗୁଡିକରେ ସିନେଟ ମାଧମରେ ଛାତ୍ରଛାତ୍ରୀ ମାନଙ୍କର ସହଭାଗୀତା ରହୁଥିବା ବେଳେ ସରକାର ସିନେଟକୁ ଉଠେଇ ଦେବାକୁ ବିଦ୍ୟାର୍ଥୀ ପରିଷଦ ବିରୋଧ କରି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଛି । ବିଦ୍ୟାର୍ଥୀ ପରିଷଦ କେବେବି ସରକାରଙ୍କର ଏହି ସମ୍ପୂର୍ଣ୍ଣ ଶିକ୍ଷା ବିରୋଧୀ ଓ ଅସାମ୍ବିଧାନୀକ ନୀତିକୁ ଲାଗୁ କରିବା ପାଇଁ ଦେବନାହିଁ ବୋଲି ସଂଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.