ETV Bharat / city

OdishaAssembly: ରାଜ୍ୟରେ ମାତ୍ର ୩୩ ସଚଳ ଶୀତଳ ଭଣ୍ଡାର ରହିଛି: କୃଷି ମନ୍ତ୍ରୀ - only 33 cold storage areas in the state

ପରିବା ସଂରକ୍ଷଣ ନେଇ ସରକାର ପଦକ୍ଷେପ ନେଉନାହାନ୍ତି । ବିରୋଧୀଙ୍କ ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । କାରଣ ରାଜ୍ୟରେ ମାତ୍ର ୩୩ ଟି ସଚଳ ଶୀତଳ ଭଣ୍ଡାର ରହିଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଧିକ ପଢନ୍ତୁ

ରାଜ୍ୟରେ ମାତ୍ର ୩୩ ସଚଳ ଶୀତଳ ଭଣ୍ଡାର ରହିଛି:  କୃଷି ମନ୍ତ୍ରୀ

author img

By

Published : Jul 27, 2022, 6:05 PM IST

ଭୁବନେଶ୍ବର: ପରିବା ସଂରକ୍ଷଣ ନେଇ ସରକାର ପଦକ୍ଷେପ ନେଉନାହାନ୍ତି । ବିରୋଧୀଙ୍କ ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । କାରଣ ରାଜ୍ୟରେ ମାତ୍ର ୩୩ ଟି ସଚଳ ଶୀତଳ ଭଣ୍ଡାର ରହିଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ରାଜ୍ୟରେ ମାତ୍ର ୩୩ ସଚଳ ଶୀତଳ ଭଣ୍ଡାର ରହିଛି: କୃଷି ମନ୍ତ୍ରୀ

ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ ଟି ଶୀତଳ ଭଣ୍ଡାର ଅଚଳ ହୋଇପଡିଛି । ମାତ୍ର ୩୩ ଟି ସଚଳ ଶୀତଳ ଭଣ୍ଡାର ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବ ଭଳି ରାଜ୍ୟରେ ଆଉ ବଡ ବଡ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନି ପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.