ETV Bharat / city

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୱେବସାଇଟ୍ ଉନ୍ମୋଚିତ - ଚିଟଫଣ୍ଡ ଦୁର୍ନୀତି ଖବର

ବାସ୍ତବ ଜମା ରାଶିର ପରିମାଣ ନିରୁପଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ବାନ କରିଛନ୍ତି ରାଜ୍ୟ ସରକାର। କ୍ଷତିଗ୍ରସ୍ତ ଜମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଓଡ଼ିଶା ସରକାରଙ୍କର ଏହି ୱେବସାଇଟ୍ ହେଉଛି www.opid.odisha.gov.in । ଅଧିକ ପଢନ୍ତୁ...

online website lunch
କ୍ଷତିଗ୍ରସ୍ତ ଜାମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ୱେବସାଇଟ୍ ଉନ୍ମୋଚିତ
author img

By

Published : Jun 4, 2021, 10:15 PM IST

ଭୁବନେଶ୍ବର: ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରୀ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ବାନ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଏକ ନୂତନ ସାଇଟ୍ ଆଜି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ ମୋଡ଼ରେ ହୋଇଥିବା ଏହି ୱେବ୍‌ସାଇଟ୍ ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସ୍ବାଗତ କରିଥିଲେ ।

କ୍ଷତିଗ୍ରସ୍ତ ଜାମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ୱେବସାଇଟ୍ ଉନ୍ମୋଚିତ

କ୍ଷତିଗ୍ରସ୍ତ ଜମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଓଡ଼ିଶା ସରକାରଙ୍କର ଏହି ୱେବସାଇଟ୍ ହେଉଛି www.opid.odisha.gov.in । ପୂର୍ବରୁ ମେସର୍ସ ରୋଜ ଭ୍ୟାଲି ଗ୍ରୁପ ଅଫ୍ କମ୍ପାନୀ ସମୂହର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫଲାଇନ୍‌ରେ ଦାବି ଆବେଦନ ଆହ୍ବାନ କରାଯାଇଥିଲା । ସେହିସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର ଡିଜିଟାଇଜେସନ୍, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍ ଆଦି କାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା । ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଓ ସରଳ ସାଇଟ୍ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ( ଓକାକ ) ଡିଜାଇନ୍ କରିଛି ।

ବର୍ତ୍ତମାନ ଏହି ୱେବସାଇଟ୍ ପ୍ରଚଳନ ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନ୍‌ରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରିପାରିବେ । ନିକଟସ୍ଥ ମୋ ସେବା କେନ୍ଦ୍ର'ର ଠିକଣା ରାଜ୍ୟ ସରକାରଙ୍କ www.odisha.gov.in ସାଇଟ୍‌ରେ ଉପଲବ୍ଧ ଅଛି । ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ ହୋଇଥିବା ଦାବି ଦରଖାସ୍ତଗୁଡ଼ିକୁ ଖୁବ କମ୍ ସମୟ ମଧ୍ୟରେ ପ୍ରକ୍ରିୟାକରଣ କରାଯାଇ ପାରିବ । ଏତଦ୍‌ବ୍ୟତୀତ କ୍ଷେତ୍ରୀୟ ତଦନ୍ତ ଟିମାନେ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କର ବାସ୍ତବ କମାରାଶିର ପରିମାଣ ନିରୁପଣ ପାଇଁ ଏହି ୱେବ୍‌ସାଇଟ୍ ଅତ୍ୟନ୍ତ ସହାୟକ ହେବ ।

ଜମାକାରୀମାନେ ଅନ୍‌ଲାଇନ୍ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଯୋଗୁଁ ରାଜ୍ୟବ୍ୟାପି ଲକଡାଉନ୍ ଓ ସଟ୍‌ଡାଉନ୍ ଚାଲୁଥିବାବେଳେ ଏହି ୱେବସାଇଟ୍ ପ୍ରଚଳନ ଦ୍ଵାରା ଜମାକାରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କର ଆପ୍ଲିକେସନ୍ ଦାଖଲ କରିପାରିବେ । ରାଜ୍ୟର କ୍ଷତିଗ୍ରସ୍ତ ଚମାକାରୀମାନଙ୍କ ସ୍ବାର୍ଥସାଧନ କରିବାରେ ଏହି ୱେବ୍‌ସାଇଟ୍ ପ୍ରଚଳନ ବାସ୍ତବିକ ରାଜ୍ୟ ସରକାରଙ୍କର ଏକ ବଳିଷ୍ଠ ଓ ଯୁଗାନ୍ତକାରୀ ପଦକ୍ଷେପ । ସରକାରଙ୍କର ୫ - ‘ ଟି ' ଏଜେଣ୍ଡାର ଆଭିମୁଖ୍ୟ ଅନୁଯାୟୀ ଏହି ୱେବସାଇଟ୍ ପ୍ରଚଳନ ଦ୍ଵାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୁପଣ ଅତ୍ୟନ୍ତ ସ୍ଵଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ ।

ୱେବ୍‌ସାଇଟ୍ ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ନୃସିଂହ ଚରଣ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅର୍ଥ ବିଭାଗର ଯୁଗ୍ଧ ଶାସନ ସଚିବ ଚିତ୍ତରଞ୍ଜନ ହୋତା, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାର ଏସ୍.ପି ଜ୍ଞାନରଞ୍ଜନ ମହାନ୍ତି , ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ଜେନେରାଲ ମ୍ୟାନେଜର (ପ୍ରଶାସନ) ମଧୁମିତା ରଥ, ସ୍ଵତନ୍ତ ସରକାରୀ ଓକିଲ ସୁବ୍ରତ କୁମାର ମହାନ୍ତି, ଅର୍ଥ ବିଭାଗର ଅନୁଶାସନ ସଚିବ ଅଶୋକ କୁମାର ମିଶ୍ର ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟରର ସିଷ୍ଟମ୍ ଆନାଲିଷ୍ଟ ସୁବ୍ରତ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.