ETV Bharat / city

ଅନଲାଇନ ପାଠପଢାକୁ ବିରୋଧ କଲା AISF

ଅନଲାଇନ ପାଠପଢାକୁ ବିରୋଧ କରି ପ୍ରତିବାଦ ଜଣାଇଲା ସର୍ବଭାରତୀୟ ଛାତ୍ର ସଂଗଠନ (ଏଆଇଏସଏଫ)। କୋରୋନା କଟକଣା ଯୋଗୁଁ ଅନଲାଇନର ପାଠ ପଢିବା ପାଇଁ ଅନୁମତି ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

author img

By

Published : Jun 28, 2021, 10:59 PM IST

ଅନଲାଇନ ପାଠପଢାକୁ ବିରୋଧ କଲା AISF
ଅନଲାଇନ ପାଠପଢାକୁ ବିରୋଧ କଲା AISF

ଭୁବନେଶ୍ବର: ଅନଲାଇନ ପାଠପଢାକୁ ବିରୋଧ କଲା ଏଆଇଏସଏଫ । ଅନଲାଇନ ପାଠପଢାକୁ ବିରୋଧ କରି ପ୍ରତିବାଦ ଜଣାଇଲା ସର୍ବଭାରତୀୟ ଛାତ୍ର ସଂଗଠନ (ଏଆଇଏସଏଫ)। କୋରୋନା କଟକଣା ଯୋଗୁଁ ସରକାର ଅନଲାଇନର ପାଠ ପଢିବା ପାଇଁ ଅନୁମତି ଦେଇଛନ୍ତି ।

ଅନଲାଇନ ପାଠପଢାକୁ ବିରୋଧ କଲା AISF

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଠାରେ ସର୍ବଭାରତୀୟ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଛାତ୍ର ଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ବେଳେ ଅନ୍ୟ ବିଭାଗ ପରି କଟକଣା ସହ ଆମ ପାଇଁ ସ୍କୁଲ ଖୋଲାଯାଉ ବୋଲି ଦାବି କରିଛନ୍ତି । ଏହା ସହ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ସରକାର ଦେଉଥିବା ବେଳେ କହିଁକି ଆମ ପାଇଁ ଭେଦ ଭାବ ସରକାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଅନଲାଇନ ପାଠପଢା ବଡବଡିଆ ଛୁଆ ଅର୍ଥାତ ଯେଉଁମାନଙ୍କ ପାଖରେ ଫୋନ ଅଛି ସେମାନଙ୍କ ପାଇଁ ସୁହାଉଥିବା ବେଳେ ଆମ ପାଖରେ ଫୋନର ସୁବିଧା ନାହିଁ ।

କେବଳ ସ୍କୁଲ ଉପରେ ନିର୍ଭର କରୁଥିବା ଅନେକ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଏହାକୁ ନେଇ ଶିକ୍ଷା ଭଳି ମୌଳିକ ଅଧିକାରରୁ ଆମେ ମାନେ ବଞ୍ଚିତ ହେଉଥିବା ବେଳେ ଶୀଘ୍ର ସ୍କୁଲ ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ। ସୂଚନାଥାଉକି କୋରୋନା କଟକଣା ଯୋଗୁଁ ରାଜ୍ୟ ସରକାର ସ୍କୁଲ କଲେଜ ସବୁ ବନ୍ଦ କରିଛନ୍ତି । ଶିକ୍ଷାକୁ ଅନଲାଇନ ମାଧ୍ୟମରେ ପଢିବା ପାଇଁ ଅନୁମତି ଦେଇଛନ୍ତି । ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ ସହ ହ୍ବାଟ୍ସଆପ ମାଧ୍ୟମରେ ପଢିବା ସରକାର ବ୍ୟବସ୍ଥା କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.