ETV Bharat / city

ମାଧ୍ୟମିକ ବିଦ୍ୟାଳୟରେ ଟିଜି ଶିକ୍ଷକ ନିଯୁକ୍ତି ପାଇଁ ଅକ୍ଟୋବର 25ରୁ ଅନଲାଇନ ପରୀକ୍ଷା - ଟିଜି ଶିକ୍ଷକ ପରୀକ୍ଷା

ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଟିଜି ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ମାଧ୍ୟମିକ ବିଦ୍ୟାଳୟରେ ଟିଜି ଶିକ୍ଷକ ନିଯୁକ୍ତି ପାଇଁ ଅକ୍ଟୋବର 25ରୁ ଅନଲାଇନ ପରୀକ୍ଷା

author img

By

Published : Oct 7, 2021, 9:48 PM IST

Updated : Oct 8, 2021, 6:46 AM IST

ଭୁବନେଶ୍ବର: ମାଧ୍ୟମିକ ବିଦ୍ୟାଳୟରେ ଟିଜି ଶିକ୍ଷକ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ତାରିଖ ଘୋଷଣା । ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଟିଜି ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି ।

ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ଟିଜି ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଏହି ଅନ୍‌ଲାଇନ୍ ପରୀକ୍ଷା କରାଯିବ । ଏହି ପରୀକ୍ଷା ଅକ୍ଟୋବର 25ରୁ ଆରମ୍ଭ ହୋଇ 28 ଅକ୍ଟୋବରରେ ସରିବ । 25ରେ ଟିଜିଟି-ପିଜିଏମ୍, 26ରେ ଟିଜିଟି-ସିବିଜେଡ ଓ 27 ଏବଂ 28 ତାରିଖରେ ଟିଜିଟି ଆର୍ଟସ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବା ଲାଗି ସ୍ଥିର ହୋଇଛି।

ଏହି ପରୀକ୍ଷା ପାଇଁ 16 ତାରିଖରେ ପ୍ରାର୍ଥୀମାନେ ଆଡ଼ମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ । ଏନେଇ ଆଜି ବିଭାଗୀୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟର ଉପସ୍ଥିତ ରହିଥିଲେ । ପରୀକ୍ଷାର ସମସ୍ତ ସୂଚନା ଆଜି ୱେବସାଇଟ୍‌ରେ ପ୍ରକାଶିତ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 8, 2021, 6:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.