ETV Bharat / city

ଆସନ୍ତା 13ରୁ ସବୁ କଲେଜରେ ଅନଲାଇନ କ୍ଲାସ - COVID-19 crisis

ଆସନ୍ତା 13ରୁ ସବୁ କଲେଜରେ ଅନଲାଇନ କ୍ଲାସ
ଆସନ୍ତା 13ରୁ ସବୁ କଲେଜରେ ଅନଲାଇନ କ୍ଲାସ
author img

By

Published : Jul 2, 2020, 5:53 PM IST

Updated : Jul 2, 2020, 6:29 PM IST

17:47 July 02

ଆସନ୍ତା 13ରୁ ସବୁ କଲେଜରେ ଅନଲାଇନ କ୍ଲାସ

ଭୁବନେଶ୍ବର: ଆସନ୍ତା 13ରୁ ସବୁ କଲେଜରେ ଆରମ୍ଭ ହେବ ଅନଲାଇନରେ କ୍ଲାସ । ଏନେଇ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି ଉଚ୍ଚଶିକ୍ଷା ସଚିବ । ସର୍ବାଧିକ 32 ଛାତ୍ରଛାତ୍ରୀଙ୍କୁ ନେଇ ଏକ ହ୍ଵାଟ୍ସଆପ ବା ଇମେଲ ଗ୍ରୁପ କରାଯିବ । ସବୁ ପିଲାଙ୍କୁ ପାଠ୍ୟ ପୁସ୍ତକର ସଫ୍ଟ କପି ଯୋଗାଇଦିଆଯିବ । ପ୍ରତିଦିନ 2ରୁ 3 ଘଣ୍ଟା କ୍ଲାସ କରିବେ ଶିକ୍ଷକ । ସବୁଦିନ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ରେକର୍ଡ ରଖାଯିବ । 

ସେହିପରି ସବୁ ବିଭାଗ ନିଜର ଟାଇମ ଟେବୁଲ ପ୍ରସ୍ତୁତ କରି ପ୍ରିନ୍ସପାଲଙ୍କୁ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପ୍ରିନ୍ସପାଲ ଏହି ରିପୋର୍ଟକୁ ଚୂଡାନ୍ତ କରି କଲେଜ ପୋର୍ଟାଲରେ ଅପଲୋଡ଼ କରିବେ। ଗ୍ରୁପରେ ମଧ୍ୟ ଏହା ପ୍ରଦାନ କରାଯିବ। ପ୍ରତି କଲେଜର ପ୍ରିନ୍ସପାଲ ଓ ବରିଷ୍ଠ ଅଧ୍ୟାପକ ଅନଲାଇନ କ୍ଲାସଗୁଡିକୁ ତଦାରଖ କରିବେ । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମଧ୍ୟ ସବୁ କଲେଜ ଗସ୍ତ କରି ଅନୁଧ୍ୟାନ କରିବେ ବୋଲି ଏହି ଆଡଭାଇଜରୀରେ ଉଲ୍ଲେଖ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 2, 2020, 6:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.