ETV Bharat / city

ଆହୁରି କନ୍ଦାଇବ ପିଆଜ, ବଢିବ 6ରୁ 10 ଟଙ୍କା - ପିଆଜ ଦର ବୃଦ୍ଧି

ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପିଆଜର ଦର । ପିଆଜ ଦର ଆହୁରି ୬ ରୁ ୧୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 5, 2019, 3:11 PM IST

Updated : Nov 5, 2019, 5:17 PM IST

ଭୁବନେଶ୍ବର: ରାଜ୍ୟରେ ବେଲଗାମ ପିଆଜ ଦର । ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପିଆଜର ଦର । ସେପଟେ ନିୟନ୍ତ୍ରଣ କରିବା ପରିବର୍ତ୍ତେ ହାତ ଟେକିଦେଲେ ରାଜ୍ୟ ସରକାର । ଏବେ ପିଆଜ କିଲୋ ପ୍ରତି 60 ଛୁଇଁଥିବା ବେଳେ ଆଗକୁ ଆହୁରି କିଛିଦିନ ଦର ବୃଦ୍ଧି ହେବ ବୋଲି କହିଛନ୍ତି ଖୋଦ ବିଭାଗୀୟ ମନ୍ତ୍ରୀ ।

ପିଆଜ ଦରବୃଦ୍ଧି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, 'ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ମଣ୍ଡିରେ ଚଢା ଦର ଥିବା ଯୋଗୁଁ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡୁଛି ।

ଓଡ଼ିଶାର ପିଆଜ ଉତ୍ପାଦନ ଆହୁରି କିଛିଦିନ ସମୟ ଲାଗିବ । ଏଭଳି ସ୍ଥିତିରେ ପିଆଜ ଦର ଆହୁରି ୬ ରୁ ୧୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଲୋକେ କିଭଳି କମ୍ ଦରରେ ପାଇବେ ସେନେଇ ଚିନ୍ତା କରାଯାଉଛି '।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପାଇକାରୀ ଭଣ୍ଡାରରେ ଖାଉଟିଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବାପାଇଁ ଚିନ୍ତା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ ରଖିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପନିପରିବା ଓ ଅତ୍ୟାବଶ୍ୟକୀୟ ଜିନିଷ ଉପରେ କଳାବଜାରୀ ରୋକିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ରାଜ୍ୟ ରେ ବେଲଗାମ ପିଆଜ ଦର ନିୟନ୍ତ୍ରଣ କୁ ନେଇ
ହାତ ଟେକିଦେଲେ ରାଜ୍ୟ ସରକାର ପ୍ରତିଦିନ ପିଆଜ ଦର ହୁ ହୁ ହେଇ ବଢୁଥିବା ବେଳେ ଆଗକୁ ଆହୁରି କିଛିଦିନ ଦର ବୃଦ୍ଧି ହେବ ବୋଲି କହିଛନ୍ତି ଖୋଦ ବିଭାଗୀୟ ମନ୍ତ୍ରୀ ।ପିଆଜ ଦରବୃଦ୍ଧି ପ୍ରସଙ୍ଗ ରେ ନିଜ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।Body:କିନ୍ତୁ ମଣ୍ଡିରେ ଚଢା ଦର ଥିବା ଯୋଗୁଁ ଖାଉଟି ଙ୍କ ଏହାର ପ୍ରଭାବ ପଡୁଛି ।ଓଡ଼ିଶାର ପିଆଜ ଉତ୍ପାଦନ ଆହୁରି କିଛିଦିନ ସମୟ ଲାଗିବ ଏଭଳି ସ୍ତିତି ରେ ପିଆଜ ଦର ଆହୁରି ୬ରୁ ୧୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ତେବେ ଲୋକେ କିଭଲି କମ୍ ଦରରେ ପାଇବେ ସେନେଇ ଚିନ୍ତା କରାଯାଉଛି ।ପାଇକାରୀ ଭଣ୍ଡାର ରେ ଖାଉଟି ଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବାପାଇଁ ଚିନ୍ତା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।Conclusion:ଏହା ସହ ସମ୍ଭବ୍ୟ ବାତ୍ୟା କୁ ଦୃଷ୍ଟି ରେ ରଖି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।ଦରଦାମ ବୃଦ୍ଧି କୁ ନିୟନ୍ତ୍ରଣ ରଖିବା ପାଇଁ
ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସେହିଭଳି ପନିପରିବା ଓ ଅତ୍ୟାବଶ୍ୟକୀୟ ଜିନିଷ ଉପରେ କଳାବଜାରୀ ରୋକିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
Last Updated : Nov 5, 2019, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.