ETV Bharat / city

ଏକକ ପରୀକ୍ଷା ବିଭ୍ରାଟ, ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - ଭୁବନେଶ୍ବର ଖବର

ସାରା ରାଜ୍ୟରେ ଏକକ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ୧୫ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 4, 2019, 9:03 PM IST

Updated : Nov 4, 2019, 11:02 PM IST

ଭୁବନେଶ୍ବର: ଏକକ ପ୍ରଶ୍ନପତ୍ରରେ ଦେଖା ଯାଇଥିବା ବିଭ୍ରାଟ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଏନେଇ ସୋମବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣିଶକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ୧୫ ଦିନ ମଧ୍ୟରେ ରିପେର୍ଟ ଦାଖଲ କରିବେ ଗଣଶିକ୍ଷା କମିଶନ ।

one-question-paper-matter-mass-education-minister-sameer-dash-ask-to-submit-report-within-15-days
ଏକକ ପରୀକ୍ଷା ବିଭ୍ରାଟ, ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଏସ୍‌ପିଡି, ଓପେପାଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦିନମାନଙ୍କରେ ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି । ଏହାସହ ୩୦୯୬୪୬୧୩ଟି ପ୍ରଶ୍ନପତ୍ର ବିଭିନ୍ନ ବିଦ୍ୟାଳୟମାନଙ୍କରେ ବିତରଣ କରାଯାଇଛି ।

ସେହିପରି ଏକକ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ଓ ଭବିଷ୍ୟତରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପାଇଁ ସ୍ଥିର କରାଯାଇଛି।

ସୂଚନା ଅନୁସାରେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କର ସୁବିଧା ପାଇଁ ଏମ୍‌.ଏଲ୍‌.ଇ ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତି କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଓପେପାର ଏସ୍‌ପିଡି, ସ୍ବତନ୍ତ୍ର ସଚିବ ବିଶ୍ବନାଥ ପ୍ରଧାନ, ଏସ୍‌ଇଆର୍‌ଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଏକକ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ, ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦେଶ।

ସାରା ରାଜ୍ୟରେ ଏକକ ପରୀକ୍ଷା ବିଭ୍ରାଟ। ଏ ନେଇ ରିପୋଟ ଦେବେ ଗଣଶିକ୍ଷା କମିଶନ। ଆସନ୍ତା ୧୫ ଦିନ ମଧ୍ୟରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଲେ ଗଣଶିକ୍ଷାମନ୍ତ୍ରୀ।

Body:

ଏକକ ପରୀକ୍ଷାରେ ପ୍ରଶ୍ନ ପତ୍ର ବଣ୍ଟନ ବିଭ୍ରାଟ ପସଙ୍ଗରେ ଦୋଷ ମାନିଛନ୍ତି ଖୋଦ ମନ୍ତ୍ରୀ। କହିଲେ ବଣ୍ଟନ ତ୍ରୁଟି ରହିଥିଲା। ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ୧୫ ଦିନ ଭିତରେ ରିପୋର୍ଟ ଦାଖଲ ନିର୍ଦେଶ। ବିଭାଗୀୟ ସଚିବ ଏହାର ତଦନ୍ତ କରିବେ। କେଉଁଠି ଓ କାହିଁକି ତ୍ରୁଟି ରହିଲା ତଦନ୍ତରେ ସେନେଇ ମଧ୍ୟ ଅନୁଧ୍ୟାନ କରାଯିବ। ୩ କୋଟି ୫୮ ଲକ୍ଷ ୯୭ହଜାର ୬୧୦ ଛପା ଯାଇଥିବା ବେଳେ ୩ କୋଟି ୯ ଲକ୍ଷ ୬୪ ହଜାର ୬୧୩ ଟି ପ୍ରଶ୍ନ ଲତ୍ର ବଣ୍ଟା ଯାଇଥିଲା। ଯାହା ଫଳରେ ଅନେକ ଛାତ୍ର ଛାତ୍ରୀ ପରୀକ୍ଷା ରୁ ବଂଚିତ ହୋଇଥିଲେ।

Byte ସମୀର ଦାସ, ଗଣ ଶିକ୍ଷା ମନ୍ତ୍ରୀ।

ଭୁବନେଶ୍ୱର ରୁ ବିକାଶ କୁମାର ଦାସ, ଈଟିଭି ଭାରତ।

Conclusion:
Last Updated : Nov 4, 2019, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.