ETV Bharat / city

ଅନେକ ଦିନର ବିରାମ ପରେ ପୁଣି କୋଭିଡରେ ଆଖି ବୁଜିଲେ ଯୁବତୀ

ଅନେକ ଦିନ ହେବ ରାଜ୍ୟରେ କୋଭିଡ ମୃତ୍ୟୁରେ ବିରାମ ଲାଗିଥିବା ବେଳେ ଆଜି ପୁଣି ଜଣେ 29 ବର୍ଷୀୟା ମହିଳାଙ୍କ କୋଭିଡରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋଭିଡଜନିତ ମୃତ୍ୟୁ
କୋଭିଡଜନିତ ମୃତ୍ୟୁ
author img

By

Published : Apr 4, 2021, 4:53 PM IST

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ସେପଟେ ଦେଶରେ ଦୈନିକ ସଂକ୍ରମଣ ପାଖାପାଖି ଲକ୍ଷେ ଛୁଇଁବା ଉପରେ । ରାଜ୍ୟରେ ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି କୋଭିଡ । ଆଜି ଦିନକରେ 471 ଜଣ କୋରୋନା ପଜିଟିଭ୍ ବାହାରିଥିବା ଜଣାପଡିଛି । ସେପଟେ ଅନେକ ଦିନ ହେବ କୋଭିଡ ମୃତ୍ୟୁରେ ବିରାମ ଲାଗିଥିବା ବେଳେ ଆଜି ପୁଣି ଜଣେ 29 ବର୍ଷୀୟା ମହିଳାଙ୍କ କୋଭିଡରେ ମୃତ୍ୟୁ ହୋଇଛି ।

  • Regret to inform the demise of 29 years old female Covid positive patient of Khordha district who was also suffering from Sickle Cell Disease with Sickling Crisis and hypothyroid disease.

    — H & FW Dept Odisha (@HFWOdisha) April 4, 2021 " class="align-text-top noRightClick twitterSection" data=" ">

ସେ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା । ଅନ୍ୟପକ୍ଷେ ମୃତକ ମହିଳା ହାଇପୋଥାଇରଏଡ ଓ ସିକିଲ ସେଲ୍ ରୋଗରେ ପୀଡିତ ଥିଲେ। ପ୍ରକାଶଥାଉକି, ଆଜି ବାହାରିଥିବା 471 ଜଣଙ୍କ ମଧ୍ୟରୁ 278 କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 193 ଜଣ ସ୍ଥାନୀୟ ସଂକ୍ରମଣ । ସର୍ବାଧିକ ସୁନ୍ଦରଗଡରୁ 85 ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍ କେସ 3085 ରହିଥିବା ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.