ETV Bharat / city

ଶାହାଙ୍କ ଭାଷା ବୟାନ, ତୀବ୍ର ହେଉଛି ରାଜନୀତି

ଗୋଟିଏ ଦେଶ, ଗୋଟିଏ ଭାଷା । ସଭିଙ୍କ ପାଇଁ ହିନ୍ଦୀ ଶିଖିବା ଆବଶ୍ୟକ । ଏପରି ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଫଳରେ ଆଞ୍ଚଳିକ ଭାଷା ଭିତ୍ତିକ ରାଜ୍ୟରେ ଶାହାଙ୍କ ବୟାନଙ୍କୁ ନେଇ ଉଷ୍ଣ ହେଉଛି ରାଜନୀତି ।

author img

By

Published : Sep 16, 2019, 1:51 AM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ‘ଓ୍ବାନ ନେସନ ଓ୍ବାନ ଲାଙ୍ଗୁଏଜ’ ବୟାନକୁ ନେଇ ଜୋର ଧରିଛି ରାଜନୀତି । ୫ଟି ରାଜ୍ୟ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି । ଓଡିଶାରେ ମଧ୍ୟ ଅନୁରୂପ ବିରୋଧ ଦେଖିବାକୁ ମିଳିଛି ।

ହିନ୍ଦୀ ଭାଷା ଦେଶର ରାଷ୍ଟ୍ରୀୟ ଭାଷା । ଅନ୍ତର୍ଜାତୀୟସ୍ତରରେ ଏହାର ପରିଚୟ ହେବା ଦାରକାର । ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ହିନ୍ଦୀ କହିବା ଏବଂ ଶିଖିବା ଦରକାର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଏବେ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲିଟିଛି । ଯାହାକୁ ନେଇ ଏବେ ତାମିଲନାଡୁ, କର୍ଣ୍ଣାଟକ, କେରଳ ଓ ପଶ୍ଚିମବଙ୍ଗରେ ଜୋରଦାର ବିରୋଧ ଦେଖା ଦେଇଛି । ଏପଟେ ଓଡିଶାରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ ନ୍ୟୁନ କରିବା ସହ ଦେଶ ଭିତରେ ଅଯଥା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ କହିଛି । ବିଜେଡି କହିଛି, ବହୁ ଭାଷାର ଦେଶ ଭାରତ । ଆମ ରାଷ୍ଟ୍ରୀୟ ଭାଷା ହିନ୍ଦୀର ବିକାଶ ହେବା ଦରକାର । କିନ୍ତୁ ଆଞ୍ଚଳିକ ଭାଷାର ସମ୍ମାନ ମଧ୍ୟ ରହିବା ଉଚିତ ।

ଦେଶରେ ୨୨ଟି ଅନୁସୂଚିତ ଭାଷା ରହିଛି । ସର୍ବାଧିକ ୫୨.୮୩ କୋଟି ଲୋକ ହିନ୍ଦୀ ଭାଷା କହୁ୍‌ଥିବା ବେଳେ ବଙ୍ଗଳା ୯.୭୨କୋଟି, ମରାଠୀ ୮.୩ କୋଟି, ତେଲୁଗୁ ୮.୧୧କୋଟି, ଓଡିଆ ୩.୭୫କୋଟି ଲୋକ କୁହନ୍ତି । ବିଜେପିର ଯୁକ୍ତି ହେଉଛି, ହିନ୍ଦୀ ଭାଷା ସମସ୍ତେ କହିଲେ ଦେଶ ଏକତ୍ର ହେବ ​। ଆଞ୍ଚଳିକ ଭାଷା ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓ୍ବାନ ନେସନ ଓ୍ବାନ ଲାଙ୍ଗୁଏଜ ବୟାନକୁ ନେଇ ଜୋର ଧରିଛି ରାଜନୀତି । ୫ଟି ରାଜ୍ୟ ଅମିତଙ୍କ ମନ୍ତବ୍ୟକୁ ସିଧା ବିରୋଧରେ କରିଛନ୍ତି। ଓଡିଶାରେ ମଧ୍ୟ ଅନୁରୂପ ବିରୋଧ ଦେଖିବାକୁ ମିଳିଛି ।
ହିନ୍ଦୀ ଭାଷା ଦେଶର ରାଷ୍ଟ୍ରୀୟ ଭାଷା। ଅନ୍ତର୍ଜତୀୟ ସ୍ତରରେ ଏହାର ପରିଚୟ ହେବା ଦାରକାର। ସେଥିପାଇଁ ସମସ୍ତ ଛା୍ତ୍ରଛତ୍ରୀ ହିନ୍ଦୀ କହିବା ଏବଂ ଶିଖିବା ଦରକାର । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ ପାଲିଟିଛି । ଯାହାକୁ ନେଇ ଏବେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗରେ ଜୋରଦାର ବିରୋଧ ହୋଇଛି। ଏପଟେ ଓଡିଶାରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଖାଦେଇଛି । କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ ନ୍ୟୁନ କରିବା ସହ ଦେଶ ଭିତରେ ଅଯଥା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ କହିଛି। ବିଜେଡି କହିଛି ବହୁଭାଷାର ଦେଶ ଭାରତ। ଆମ ରାଷ୍ଟ୍ରୀୟ ଭାଷା ହିନ୍ଦୀର ବିକାଶ ହେବା ଦରକାର। କିନ୍ତୁ ଆଞ୍ଚଳିକ ଭାଷାର ସମ୍ମାନ ମଧ୍ୟ ରହିବା ଉଚିତ।
ଦେଶରେ ୨୨ଟି ସିଡ୍ୟୁଲ ଭାଷା ରହିଛି। ସର୍ବାଧିକ ୫୨.୮୩କୋଟି ଲୋକ ହିନ୍ଦି ଭାଷା କହୁ୍‌ଥିବାବେଳେ, ବଙ୍ଗଳା ୯.୭୨କୋଟି, ମରାଠୀ ୮.୩ କୋଟି, ତେଲୁଗ ୮.୧୧କୋଟି, ଓଡିଆ ୩.୭୫କୋଟି, ଲୋକ କୁହନ୍ତି। ବିଜେପି ଯୁକ୍ତି ହିନ୍ଦୀ ଭାଷା ସମସ୍ତେ କହିଲେ ଦେଶ ଏକତ୍ର ହେବ​। ଆଞ୍ଚଳିକ ଭାଷା ଉପରେ ଏହାର କିଛି ପ୍ରଭାବ ପଡିବା ନାହିଁ।
୧୯୪୯ ମସିହାରେ ହିନ୍ଦି ଅଫିସିଆଲ ଲାଙ୍ଗୁଏଜର ଷ୍ଟାଟସ ପାଇଥିଲା । ହିନ୍ଦି ସରକାରୀ ଭାଷା ହେଉ କିନ୍ତୁ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଭାଷାର ସରକାରୀ ପ୍ରୟୋଗ ପ୍ରଭାବିତ ନହେଉ। Body:ବାଇଟ-ତାରାପ୍ରସାଦ ବାହୀନି ପତି, କଂଗ୍ରେସ ବିଧାୟକ ବାଇଟ- ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ନେତା
ବାଇଟ - ପ୍ରଦୀପ ପୁରୋହିତ, ବିଜେପି ନେତା
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.