ଭୁବନେଶ୍ବର: ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକର 62 ବର୍ଷୀୟ ବୋଲି ଜଣାପଡିଛି । ସେ କୋଲକାତାରୁ ଫେରିଥିବା ସୂଚନା ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
![one-more-corona-positive-in-jajpur](https://etvbharatimages.akamaized.net/etvbharat/prod-images/od-bbs-3-coronapositive-avo-7205239_02052020181847_0205f_1588423727_369.jpg)
ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 157କୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 48 ହୋଇଥିବା ବେଳେ ଖୋର୍ଦ୍ଧାରେ 47 କୋରୋନା ସଂକ୍ରମିତ ରହିଛନ୍ତି । ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହେଲା ଯାଜପୁର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ