ETV Bharat / city

ପୌର ଫାଇଟ: ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି - ପୌର ନିର୍ବାଚନ ପ୍ରାର୍ଥୀତ୍ବ ନେଇ ଅଭିଯୋଗ କଲା ବିଜେପି

ପ୍ରାର୍ଥୀ ଏକ ହେଲେ ପିତା ଅନେକ । ବିଏମସି ନିର୍ବାଚନ ପାଇଁ ୪୫ ନମ୍ବର ୱାର୍ଡରୁ ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କ ପ୍ରାଥିତ୍ବ ଉପରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଜ୍ୟୋତିରେଖା ନାୟକ ଓ ସ୍ୱାଧୀନ ପ୍ରାର୍ଥୀ ପ୍ରଶାନ୍ତ ନାୟକ । ଅଧିକ ପଢନ୍ତି

ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି

author img

By

Published : Mar 11, 2022, 7:13 AM IST

ଭୁବନେଶ୍ବର: ପ୍ରାର୍ଥୀ ଏକ ହେଲେ ପିତା ଅନେକ । ବିଏମସି ନିର୍ବାଚନ ପାଇଁ ୪୫ ନମ୍ବର ୱାର୍ଡରୁ ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କ ପ୍ରାଥିତ୍ବ ଉପରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଜ୍ୟୋତିରେଖା ନାୟକ ଓ ସ୍ୱାଧୀନ ପ୍ରାର୍ଥୀ ପ୍ରଶାନ୍ତ ନାୟକ । ୪୫ ନମ୍ବର ୱାର୍ଡ ପାଇଁ ବିଜୁ ଜନତା ଦଳ ପକ୍ଷରୁ କର୍ପୋରେଟର ପ୍ରାର୍ଥୀ ହୋଇଥିବା ଅମରେଶ ଜେନା ତାଙ୍କର ନାମାଙ୍କନ ପତ୍ରରେ ପିତା ସ୍ବର୍ଗତ ଉଲ୍ଲାସ ଜେନା ବୋଲି ସତ୍ୟପାଠ ଦାଖଲ କରିଛନ୍ତି ।

ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି
ପ୍ରାର୍ଥୀ ଏକ, ପିତା ଅନେକ ଅଭିଯୋଗ ଆଣିଲା ବିଜେପି

ଅନ୍ୟପକ୍ଷରେ ସେହି ସତ୍ୟପାଠରେ ତାଙ୍କ ନାମରେ ଥିବା ସ୍ଥାବର ସମ୍ପତ୍ତି ବିବରଣୀରେ ତାଙ୍କ ପିତାଙ୍କ ନାମ ହେମନ୍ତ କୁମାର ଜେନା ବୋଲି ଉଲ୍ଲେଖ ରହିଛି । ଏଣୁ ଜଣେ ବ୍ୟକ୍ତିର କିପରି ଦୁଇଟି ପିତା ରହିବେ ତାକୁ ନେଇ ପ୍ରଶ୍ନ ସ୍ବାଧୀନ ପ୍ରାର୍ଥୀ ପ୍ରଶାନ୍ତ ନାୟକ ।ନାମାଙ୍କନ ପତ୍ର ଯାଞ୍ଚ ସମୟରେ ଏହା ସାମ୍ନାକୁ ଆସିବା ପରେ ନିର୍ବାଚନ ଅଧିକାରୀ ଓ ବିରୋଧୀ କର୍ପୋରେଟର ପ୍ରାର୍ଥୀଙ୍କ ପକ୍ଷରୁ ନିଯୁକ୍ତି ହୋଇଥିବା ବରିଷ୍ଠ ଆଇନଜୀବୀ ଅରବିନ୍ଦ ମହାନ୍ତିଙ୍କ ସହ ମଧ୍ୟ ତର୍କ ହୋଇଥିଲା ।

ଖାଲି କେବଳ ସେତିକି ନୁହେଁ ଅମରେଶ ଜେନାଙ୍କ ନାମରେ ଥିବା ଜମି ପଟ୍ଟା ଓ ରେଜିଷ୍ଟ୍ରି ଦଲିଲର ସାର୍ଟିଫାଏଡ କପି ସହ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ୧୨ଟି କ୍ରିମିନାଲ କେସ ଗୁଡ଼ିକର କପି ଲିଖିତ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ଓକିଲ ଦାଖଲ କରିଥିଲେ । ଜଣେ ବ୍ୟକ୍ତିଙ୍କ ସତ୍ୟପାଠରେ ଏପରି ଦୁଇ ଜଣ ପିତାଙ୍କ ନାମ ରହିବା ଓ ଏହାକୁ ନେଇ ନାମାଙ୍କନ ପତ୍ରରେ ସତ୍ୟ ପାଠ କରିବା ସଂପୂର୍ଣ୍ଣ ଆଇନ ବିରୋଧୀ ।

ଏଣୁ ସେ କରିଥିବା ନାମାଙ୍କନ ପତ୍ରକୁ ରଦ୍ଦ କରାଯାଉ ବୋଲି ଆଇନଜୀବୀ ଦୃଢ ଦାବି ଉପସ୍ଥାପନ କରିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଥିଲେ ବିଜେପି ପ୍ରାର୍ଥୀ । ଏପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ପ୍ରାର୍ଥୀ ଅମରେଶ ଜେନା । ଉଭୟ ପ୍ରାର୍ଥୀଙ୍କ ପରାଜୟ ହେବା ଜାଣିବା ପରେ ଏହାକୁ ନେଇ ବିଭ୍ରାନ୍ତିକାରୀ ମନ୍ତବ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.