ଭୁବନେଶ୍ବର: ମହିଳା ଦିବସ ଅବସରରେ ମହିଳାଙ୍କୁ କମିଶନରେଟ୍ ପୋଲିସର ଗିଫ୍ଟ । ଏଣିକି ପୋଲିସ ଷ୍ଟେସନରେ ମିଳିବ ନାପକିନ୍ । ଥାନାରେ ନାପକିନ ବାହାରିବା ମେସିନ ଲଗାଯିବ ପରେ ଏବେ ମହିଳାଙ୍କୁ ଏଣେତେଣେ ଯିବାକୁ ପଡିବ ନାହିଁ । ଏଟିଏମ ପରି ଏହି ମେସିନରେ 5 ଟଙ୍କା ପକାଇଲେ ମିଳିବ ନାପକିନ୍ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଟ୍ରାଫିକ ପୋଲିସ ଷ୍ଟେସନରେ ମିଳିବ ଏହି ସୁବିଧା । ଯାହାର ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ପୋଲିସ ଷ୍ଟେସନରେ ଉପଲବ୍ଧ ହେବ ଏହି ବ୍ୟବସ୍ଥା । ପୋଲିସ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ହେବା ପରେ ଥାନାକୁ ଆସୁଥିଵା ମହିଳାଙ୍କ ସହ ଥାନାରେ ଥିବା ମହିଳା କର୍ମଚାରୀଙ୍କୁ ଆଉ ସମସ୍ୟା ହେବନାହିଁ ।
ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ଏସପିଓ ଏବଂ ମହିଳା ପୋଲିସଙ୍କ ଉପସ୍ଥିତିରେ ମହିଳା ଦିବସ ପାଳନ କରାଯାଇଥିଲା । ଏହା ସହ ଅନେକ ମହିଳାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସମ୍ମାନିତ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ