ETV Bharat / city

ପ୍ରଥମ ଦିନରେ ନନ୍ଦନକାନନ ବୁଲିଲେ 306 ପର୍ଯ୍ୟଟକ - ନନ୍ଦନକାନନ ବୁଲିଲେ 306 ପର୍ଯ୍ୟଟକ

କୋରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ନନ୍ଦନକାନନ ଓ ବଟନିକାଲ ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଆଜି ପ୍ରଥମ ଦିନରେ 300 ରୁ ଅଧିକ ପର୍ଯ୍ୟଟକ ଯାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରଥମ ଦିନରେ ନନ୍ଦନକାନନ ବୁଲିଲେ 306 ପର୍ଯ୍ୟଟକ

author img

By

Published : Oct 4, 2020, 8:02 PM IST

ଭୁବନେଶ୍ବର: କୋରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ନନ୍ଦନକାନନ ଓ ବଟନିକାଲ ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଆଜି ପ୍ରଥମ ଦିନରେ 300 ରୁ ଅଧିକ ପର୍ଯ୍ୟଟକ ଯାଇଛନ୍ତି ।

ଦୀର୍ଘ 7 ମାସ ପରେ ଆଜି ନନ୍ଦନକାନନ ଓ ବଟନିକାଲ ଗାର୍ଡେନ ଖୋଲାଯାଇଥିଲା । ଯାହା ସାଧାରଣ ପର୍ଯ୍ୟଟକ କୋଭିଡ କଟକଣାର ନିୟମ ମାନି ପ୍ରବେଶ କରିପାରିବେ । ତେବେ ଆଜି ପ୍ରଥମ ଦିନରେ ଯେହେତୁ ପାଣିପାଗ ଖରାପ ରହିଥିଲା ତଥାପି ବି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ ।

ପ୍ରଥମ ଦିନରେ ଅଫଲାଇନ ମାଧ୍ୟମରେ 275 ଟି ଟିକେଟ ହୋଇଥିବା ବେଳେ ଅନଲାଇନ ମାଧ୍ୟମରେ 31 ଜଣ ଟିକେଟ କରିଥିଲେ । ତେବେ ନନ୍ଦନକାନନରେ ମୋଟ ପର୍ଯ୍ୟଟକ 306 ଜଣ ବୁଲିଥିଲେ । ଅନ୍ୟପଟେ ବଟନିକାଲ ଗାର୍ଡେନରେ 39 ଜଣ ଟିକେଟ କରିଥିବା ବେଳେ ସମସ୍ତ ପର୍ଯ୍ୟଟକ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ମଧ୍ୟରେ ନନ୍ଦନକାନନ ମଧ୍ୟକୁ ପର୍ଯ୍ୟଟକଙ୍କୁ ପ୍ରବେଶ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.