ETV Bharat / city

‘ରାଜ୍ୟରେ ଫଳପ୍ରଦ ହେବନି ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ - ରାଜ୍ୟ ସରକାର

କାର୍ଯ୍ୟକାରୀ ହେବ ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମରେ ଲାଗୁ ହେବ ଏହି ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ରାଜ୍ୟ ସରକାର ସମର୍ଥନ ଦେଇଥିବାବେଳେ ବିଜେଡ଼ି ସରକାର ପୁଣି ଅନିୟମିତତା କରିବା ନେଇ କହିଛି ବିଜେପି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ପ୍ରହସନ ବୋଲି କହିଛି କଂଗ୍ରସ ।

ଡ଼ିଜାଇନ ଫଟୋ
author img

By

Published : Aug 20, 2019, 5:02 PM IST

Updated : Aug 20, 2019, 11:37 PM IST

ଭୁବନେଶ୍ବର: ଦେଶରେ ରାସନ ହିତାଧିକାରୀଙ୍କ କାର୍ଡ ନମ୍ବର ସହ ଆଧାର ନମ୍ବର ସଂଯୋଗ କରିବାକୁ ନିର୍ଦେଶ ନେଇଛନ୍ତି କେନ୍ଦ୍ର ସରକାର । ‘ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ ବ୍ୟବସ୍ଥା ଦେଶରେ ପ୍ରଚଳିତ ହେବ । କେନ୍ଦ ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତ ଜଣାଇଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟରେ ଏହି ବ୍ୟବସ୍ଥା ଫଳପ୍ରଦ ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଓଡ଼ିଶାରେ ଏହି ବ୍ୟବସ୍ଥା ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପ୍ରଥମିକ ପର୍ଯାୟରେ ଏହା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟକାରୀ ହେବାକୁ ନିଷ୍ପତି ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଯଦିଓ ବିଜେଡ଼ି ସ୍ବାଗତ କରିଛି ତେବେ ଏହା କେତେଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧି ବିଜେପି ।

ପୂର୍ବରୁ ରାସନ କାର୍ଡ ବଣ୍ଟା ଓ ହିତାଧିକାରୀ ଚୟନରେ ଅନେକ ତ୍ରୁଟି ଓ ଅନିୟମିତତା ହୋଇଛି । ଏବେ ମଧ୍ୟ କିଛି ବିଶେଷ ଅଧିକ କିଛି ଆଶା ରଖାଯିବା ବ୍ୟର୍ଥ । ସରକାର ପୁନର୍ବାର ସେଇ କଥା ଦୋହରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ସେପଟେ କେନ୍ଦ ସରକାରଙ୍କ ଏହି ନିଷ୍ପତିକୁ ପରିହାସ କରିଛି ରାଜ୍ୟ କଂଗ୍ରେସ । ସମସ୍ତ ସ୍ଥାନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିବା ଦରକାର । ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଏକ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Intro:ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ। ଓଡ଼ିଶାରେ ପରୀକ୍ଷା ମୂଳକ। ଭାବରେ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଏହାକୁ କାର୍ଯ୍ୟକାରୀ କାଟିବାକୁ ନିଷ୍ପତ୍ତି ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କୁ ଜଦିଓ ବିଜେପି ସ୍ୱାଗତ କରିଛି ତେବେ ଏହା କେତେଦୂର ସଫଳ ହେବ ତାକୁ ନେଇ ଦଳ ପ୍ରଶ୍ନ ଉଠାଇଛି। ଯେହେତୁ ପୂର୍ବରୁ ରାସନ କାର୍ଡ ବନ୍ତ ଓ ହିତାଧିକାରୀ ଚୟନରେ ଅନେକ ତ୍ରୁଟି ଓ ପାତର ଅନ୍ତର କରାଯାଇଛି, ଅନିୟମିତତା ହୋଇଥିଲା ତେଣୁ ଏବେ ଏଥିରୁ କଣ ଆଶା କରାଯିବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପତ୍ର।

Body:ବାଇଟଗୋଲକ ମହାପାତ୍ର, ବିଜେପି ମୁଖପାତ୍ର

Conclusion:
Last Updated : Aug 20, 2019, 11:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.