ETV Bharat / city

ଜନ୍ମଦିନ ପାଳିଲେନି ନବୀନ, ‘ଜୀବନ ବିନ୍ଦୁ’ରେ ବାର୍ଥଡେ’ ପାଳିଲା ବିଜେଡି

author img

By

Published : Oct 16, 2019, 10:58 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଜୁ ଜନତା ଦଳ ପକ୍ଷରୁ କଟକରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ/ ବ୍ରହ୍ମପୁର

ବ୍ରହ୍ମପୁର/କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଏହି ଅବସରରେ ବ୍ରହ୍ମପୁର ସହରର ଟାଉନହଲ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ/ ବ୍ରହ୍ମପୁର

ସେହିପରି ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଏହି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ବହୁ ଶିକ୍ଷାବିତଙ୍କ ସମେତ ବିଦ୍ୟାର୍ଥୀ ପ୍ରମୁଖ ଯୋଗଦେଇ ଥିବା ବେଳେ ବାଳାଶ୍ରମର ବହୁ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଅନ୍ୟପଟେ ହିଲ୍‌ପାଟଣା ଗଣେଶ ମନ୍ଦିରରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

ସେପଟେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କଟକରେ ମଧ୍ୟ 'ଜୀବନ ବିନ୍ଦୁ' ଜରିଆରେ ରକ୍ତଦାନ କରି , ଜନ୍ମଦିନ ପାଳନ କରିଛନ୍ତି ବିଜେଡି କର୍ମୀ । କଟକ ଶାରଳା ଭବନରେ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ କେକ୍ କାଟିଥିଲେ ।

ରାଜ୍ୟର ୬୫ ଟିସ୍ଥାନରେ ରକ୍ତଦାନ ଶିବିର କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ କଟକରେ ୬ ଟି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରାଯାଇଛି। ରକ୍ତଦାନ ଭଳି ମହତ ସେବା କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଛି । ତେବେ କଟକରୁ ୧ ହଜାର ୪୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଦେବାଶିଷ କହିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ କଟକରେ ଆଜି ଜୀବନବିନ୍ଦୁ ଜରିଆରେ ରକ୍ତଦାନ କରି , ଜନ୍ମଦିନ ପାଳନ କରିଛନ୍ତି ବିଜେଡି କର୍ମୀ।କଟକ ଶାରଳା ଭବନରେ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ କେକ୍ କାଟିଥିଲେ।ରାଜ୍ୟର ୬୫ ଟି ସ୍ଥାନରେ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ କଟକରେ ୬ ଟି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରାଯାଇଛି।ରକ୍ତ ଦାନ ଭଳି ମହତ ସେବା କରି ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ କରାଯାଇଛି।ତେବେ କଟକରୁ ୧୪୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଦେବାଶିଷ କହିଛନ୍ତି।

ବାଇଟ - ଦେବାଶିଷ ସାମନ୍ତରାୟ,କଟକ ଜିଲ୍ଲା ସଭାପତି,ବିଜେଡି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.