ETV Bharat / city

Omicron ପାଇଁ ବଢିଲା ଚିନ୍ତା, ସତର୍କ ପାଇଁ ଅଧିକାରୀଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ - ଓଡିଶା ସ୍ବାସ୍ଥ୍ୟ ବିଭାଗ

ଚିନ୍ତା ବଢାଇଲା ଓମିକ୍ରନ(Omicron) । ସମସ୍ତ ଜିଲ୍ଲାପାଳ, CDMO ଏବଂ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଅଧିକ ପଢନ୍ତୁ

Omicron ପାଇଁ ବଢିଲା ଚିନ୍ତା, ସତର୍କ ପାଇଁ ଅଧିକାରୀଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Nov 27, 2021, 2:44 PM IST

ଭୁବନେଶ୍ବର: ଚିନ୍ତା ବଢାଉଛି ଓମିକ୍ରନ(Omicron) । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରମନ ଚିହ୍ନଟ ହେବା ପରେ ଦେଶ ତଥା ରାଜ୍ୟରେ କଟକଣା କଡାକଡି କରାଯାଇଛି । ଏନେଇ ଖୁବଶୀଘ୍ର ଆଡ଼ଭାଇଜରି ଜାରି କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିସହ ସମସ୍ତ ଜିଲ୍ଲାପାଳ, CDMO ଏବଂ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସମସ୍ତ ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଯାଇଛି । ଏହିସବୁ ଦେଶରୁ ଆସୁଥିବା ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ବିମାନ ବନ୍ଦରରେ କରାଯିବ । ଯଦି ପଜିଟିଭ ଆସିଲା ତାହେଲେ ସେମାନଙ୍କ ସାମ୍ପୁଲକୁ ଜିନମ୍ ସିକ୍ବେନ୍ସ ପାଇଁ ILSକୁ ପଠାଯିବ ।

ଏଥିସହ ସମସ୍ତ ଜିଲ୍ଲାପାଳ, CDMO ଏବଂ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖି ହଷ୍ଟେଲ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫୋକସରେ ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ, କଲେଜ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ସହ ସର୍ଭିଲାନ୍ସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ଥିବ ସେମାନଙ୍କୁ ସ୍କୁଲ୍ ଆସିବାକୁ ବାରଣ କରାଯାଇଛି ।

ଯେଉଁଠି ଅଧିକ ସଂକ୍ରମଣ ବାହାରିବ ସେ ସ୍ଥାନକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ । ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡାଇ ଯାଇପାରିବା ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.