ଭୁବନେଶ୍ବର: କୋଭିଡ ନ୍ୟୁ ଭାରିଆଣ୍ଟ ଓମିକ୍ରନ(New Variant Omicron)କୁ ନେଇ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ । ସମସ୍ତଙ୍କୁ ଶୀଘ୍ର ଟିକା ନେବାକୁ ଆହ୍ବାନ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏବେବି 46 ଲକ୍ଷ ହିତାଧିକାରୀ ଟିକା ନେଇନାହାନ୍ତି । ତେଣୁ ତୁରନ୍ତ ଟିକା ନିଅନ୍ତୁ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।
ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଟିକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ବିଶେଷ ଭାବରେ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଉଛି । ମୋବାଇଲ ଭ୍ୟାନ ଦ୍ୱାରା ଘର ଘର ବୁଲି ଟୀକାକରଣ କରାଯାଉଛି । ପ୍ରତି ଗାଁରେ ଥିବା ଆଶା କର୍ମୀ ସ୍ୱାସ୍ଥ୍ୟ କର୍ମୀ ଏବଂ ଗ୍ରାମାଞ୍ଚଳରେ ଥିବା ପ୍ରଭାବଶାଳୀ ଲୋକଙ୍କ ମାଧ୍ୟମରେ କିଭଳି ଟିକା ଦିଆଯିବ ସେନେଇ ମଧ୍ୟ ସଚେତନ କରାଯାଉଛି ।
ସେହିପରି ସବୁବେଳେ ମାସ୍କ ପିନ୍ଧିବା ଅଯଥା ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି । ଆମକୁ 3 ରୁ 4 ମାସ ସତର୍କ ରହିବା ଆବଶ୍ୟକ । ଯଦି ଲୋକମାନେ କୋଭିଡ କଟକଣା ନ ମାନନ୍ତି ତେବେ ଆଗାମୀ ଦିନରେ ସଟଡାଉନ କି ଲକଡାଉନ ହୋଇପାରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ