ETV Bharat / city

Omicron Covid Guideline: ବିଦେଶରୁ ଫେରିଲେ ଓଡିଶାରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

author img

By

Published : Nov 28, 2021, 11:25 AM IST

Updated : Nov 28, 2021, 3:18 PM IST

ନୂଆ ଭାରିଆଣ୍ଟ ଓମିକ୍ରମ(New Variant Omicron) ପାଇଁ ବଢିଲା ଚିନ୍ତା । ବିଦେଶ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ । ଅଧିକ ପଢନ୍ତୁ

Omicron Covid Guideline: ବିଦେଶରୁ ଫେରିଲେ ଓଡିଶାରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ
Omicron Guide line: ବିଦେଶ ଫେରନ୍ତାଙ୍କୁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ବର: ନୂଆ ଭାରିଆଣ୍ଟ ଓମିକ୍ରମ(New Variant Omicron)କୁ ନେଇ ଏୟାରପୋର୍ଟ ଉପରେ ନଜର ରଖାଯାଉଛି । ବିଦେଶୀ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନ୍ କଣ୍ଟ୍ରୋଲ(International Qurantine Control) ବ୍ୟବସ୍ଥା ସହ ସମସ୍ତ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Omicron Covid Guideline: ବିଦେଶରୁ ଫେରିଲେ ଓଡିଶାରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ
ବର୍ତ୍ତମାନ କୋରୋନାର ନୂଆ ଭାରିଆଣ୍ଟ ପୁଣି ଚିନ୍ତା ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କେନ୍ଦ୍ର ସରକାର ଗାଇଡଲାଇ ଜାରି କରିଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ କଡ଼ା କୋଭିଡ ଗାଇଡଲାଇନ ଜାରି କରିଛନ୍ତି ।

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଯୋଗୁଁ ପାଇଁ ପୁଣି ସଂକ୍ରମଣ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି । ଏଥିସହ ବିମାନବନ୍ଦର ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ।

ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ସର୍ଭିଲାନ୍ସ କରାଯାଉଛି । ସବୁ ଯାତ୍ରୀଙ୍କ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏହାସହ ବାହାରୁ ଆସିଲେ ଟେଷ୍ଟିଂ ଏବଂ ଜିନମ ସିକ୍ବେନ୍ସ ମଧ୍ୟ କରାଯିବ । ଏହାରି ମଧ୍ୟରେ ପ୍ରତ୍ୟେକଙ୍କୁ ଭ୍ୟାକ୍ସିନ୍ ନେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 28, 2021, 3:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.