ETV Bharat / city

ରାଜ୍ୟରେ ଆଗକୁ ବଢିବ OMICRON ସଂକ୍ରମଣ, ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 6, 2022, 7:29 PM IST

ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଓମିକ୍ରନ ସଂକ୍ରମଣ ଦେଖାଦେଲାଣି । ଏଣୁ ଆଗକୁ ରାଜ୍ୟରେ ଓମିକ୍ରନ ସଂକ୍ରମଣ ଆହୁରି ବଢିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ରାଜ୍ୟରେ ଆଗକୁ ବୃଦ୍ଧି ହେବ OMICRON ସଂକ୍ରମଣ, ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଓମିକ୍ରନ ସଂକ୍ରମଣ (Omicron cases rise in Odisha) ଦେଖାଦେଲାଣି । ଏଣୁ ଆଗକୁ ସଂକ୍ରମଣ ଆହୁରି ବଢିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର(Health Director on Omicron Infection) । ଏଭଳି ସ୍ଥିତିରେ ରାଜ୍ୟରେ ICU ଶଯ୍ୟା କମ ଥିବାବେଳେ ସରକାର ଆଗୁଆ ପ୍ରସ୍ତୁତି ଚଲାଇଥିବା ସେ କହିଛନ୍ତି ।

ରାଜ୍ୟରେ ଆଗକୁ ବୃଦ୍ଧି ହେବ OMICRON ସଂକ୍ରମଣ

ଅଲଗା ରାଜ୍ୟରେ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟୀକାକରଣ, ସର୍ଭେଲାନ୍ସ ମଧ୍ୟ ଜାରି ରହିଛି । କିନ୍ତୁ ଏବେ ରାଜ୍ୟରେ ICU ଶଯ୍ୟା ବହୁତ କମ ରହିଥିବା ବେଳେ ବଢାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୧୮୯୭ ପଜିଟିଭ ଚିହ୍ନଟ

ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ବରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ଆସନ୍ତା 10 ତାରିଖରୁ ବୟସ୍କ, ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ ଆରମ୍ଭ ହେବ ।

କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ । ICMR ତରଫରୁ ଓମିକ୍ରନ ଚିହ୍ନଟ ଲାଗି କିଛିଦିନ ତଳେ ନୂଆ କିଟ୍‌ ବ୍ୟବହାର ନେଇ ଅନୁମୋଦନ ଆସିଛି । ଏହି କିଟ୍‌ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବିଜୟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.