ଭୁବନେଶ୍ବର: ଖାଉଟିଙ୍କୁ ଚଡକ । ବଢିଲା ଓମଫେଡ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଶୁକ୍ରବାର ଠାରୁ ନୂଆ ଦରରେ ବଜାରକୁ ଆସିବ ଓମଫେଡ କ୍ଷୀର ।
ନଜର ପକାନ୍ତୁ ଓମଫେଡ ବର୍ଦ୍ଧିତ ଦର ଉପରେ:
- ଟୋନ୍ଡ କ୍ଷୀର - ପୂର୍ବରୁ ଥିଲା 34ଟଙ୍କା ବର୍ତ୍ତମାନ ହେଲା 38ଟଙ୍କା
- ପ୍ରିମିୟମ କ୍ଷୀର - ପୂର୍ବରୁ ଥିଲା 40ଟଙ୍କା, ବର୍ତ୍ତମାନ ହେଲା 44 ଟଙ୍କା
- ଗୋଲ୍ଡ ପ୍ରିମିୟମ କ୍ଷୀର - ପୂର୍ବରୁ ଥିଲା 40 ଟଙ୍କା, ବର୍ତ୍ତମାନ ହେଲା 44 ଟଙ୍କା
ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନି ଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଓମ୍ଫେଡ୍ ଦର ବୃଦ୍ଧିକୁ ନେଇ ଦୁଗ୍ଧଚାଷୀ ମହଲରେ ଖୁସିର ଲହରି ଖେଳିଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସେମାନେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ